ଗଂଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ କରାପଲି ଗାଁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣାରେ ସୁଧୀରଙ୍କ ପୁତୁରା ଓ ଝିଆରୀ ତଥା ସତ୍ୟନାରାୟଣପୁର ଗ୍ରାମର ତୁଷାର କୁମାର ପାତ୍ର ଓ ତୁଷାରଙ୍କ ଭଉଣୀ ନିବେଦିତା ପାତ୍ର ଓ ନିବେଦିତାଙ୍କ ପ୍ରେମିକ ସମେତ 9 ଜଣକୁ ଗିରଫ କରିଛି ଗୋପାଳପୁର ଥାନା ପୋଲିସ l ଗିରଫ ଅଭିଯୁକ୍ତମାନେ ହେଲେ ଝିଆରୀ ନିବେଦିତା ପାତ୍ରଙ୍କ ପ୍ରେମିକ ତଥା ଗାଙ୍ଗପୁର ଥାନା କାଳିଆଗୁଡା ଗ୍ରାମର କାଳୁ ଚରଣ ପ୍ରଧାନ, ହିଂଜିଲି ଥାନା ଖରିଡ଼ା ଗ୍ରାମର ଶୁଭମ ନାୟକ, ପୁରୁଣାଖଣ୍ଡି ଗ୍ରାମର ଶୁଭମ ଗୌଡ଼, ଆଲପୁର ଗ୍ରାମର ଜିତୁନ୍ ପଳେଇ , ବୁଗୁଡ଼ା ଥାନା ରାମଣ୍ଡl ଗ୍ରାମର ନାରାୟଣ ପ୍ରଧାନ , ବି, ବ୍ରହ୍ମପୁର ଗ୍ରାମର ଆଶିଷ ମହାପାତ୍ର ଓ ସୁରତରୁ ଉତ୍ତରପ୍ରଦେଶର ସୂର୍ଯ୍ୟ ପ୍ରତାପ ସିଂ ଓରଫ୍ ଗୋଲୁ ଓରଫ ଲମ୍ଭୁକୁ ପୋଲିସ ଗିରଫ କରିଛି l ଏହାସହ ଅପହରଣରେ ଓ ହତ୍ୟାରେ ବ୍ୟବହୃତ ଗୋଟିଏ ବୋଲେରୋ ଗାଡ଼ି ଗୋଟିଏ ହ୍ୟୁଣ୍ଡାଇ ଗାଡ଼ି ଗୋଟିଏ ବନ୍ଧୁକ ଓ 14 ଟି ମୋବାଇଲ ଫୋନ ଜବତ କରିଛି ପୋଲିସ l ଏନେଇ ଗୋପାଳପୁର ଥାନାରେ PS CASE NO 213/26 ରେ ଏକ ମାମଲା ରୁଜୁ ମାମଲା l ଏହି ଅପହରଣ ଓ ହତ୍ୟା ଘଟଣାରେ ଆହୁରି କିଛି ଅଭିଯୁକ୍ତ ଫେରାର ଅଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ଗଂଜାମ ଏସପି ଶୁଭେନ୍ଦୁ କୁମାର୍ ପାତ୍ର ସୁଚନା ଦେଇଛନ୍ତି ।ସମ୍ପତି ବିବାଦରୁ ସୁଧୀର ପାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ କହିଛି
ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା , ଝିଆରୀ ମୁଖ୍ୟ ଅଭିଯୁକ୍ତ l





