ବ୍ରହ୍ମପୁର,(ଏସ.ଏମ.ପି):-
ବୋରିପଦର ହାଇ ସ୍କୁଲ ମ୍ୟାଟ୍ରିକ ବ୍ୟାଚ ତରଫରୁ ମଧୁବନ ଲୋକନାଥେ ଶ୍ଵର ମନ୍ଦିର ପୀଠ ରେ ଦୀର୍ଘ ତେତିଶି ବରଷ ପରେ ଏକ ବନ୍ଧୁ ମିଳନ ଏଵଂ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ମନୋରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ବ ରେ ପ୍ରାରମ୍ଭିକ ସ୍ଵାଗତ ସମାରୋହ ସହିତ, ଗୁରୁଜୀ ଗୁରୂମା ଙ୍କୁ ଫୁଲତୋଡ଼ା ସହିତ ଉପୋଢ଼ଉକନ୍ ଦେଇ ସମ୍ମାନିତ କରାଯାଇଥିଲା। ଦୀର୍ଘ ବର୍ଷ ପରେ ସମସ୍ତେ ଗୁରୁ ଆଉ ଶିଷ୍ୟ ଙ୍କ ମହା ମିଳନ ଦେଖି ଗୁରୁଜୀଙ୍କ ଏଵଂ ଛାତ୍ର ଛାତ୍ରୀ ମାନଙ୍କ ଆନନ୍ଦରେ ଆଖି ଛଲ୍ ଛଲ ହୋଇଯାଇଥିଲା। ସ୍ଵର୍ଗ ଗାମୀ ହୋଇଥିବା ଛାତ୍ର ଛାତ୍ରୀ ଏଵଂ ଗୁରୁଜୀଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଆଗର ଗୁରୁକୁଳ ଆଶ୍ରମ ପାଠ ପଢା ଏଵଂ ଆଜିର ଆଧୁନିକ ଯୁଗର ପାଠ ପଢା ବିଷୟରେ ଗୁରୁଜୀ ମାନେ ବିଭିନ୍ନ ମତ ରଖିଥିଲେ, ଏବଂ ପାଖରେ ଥିବା ନିଜର ପିଲାମାନେ ନିଜ ବାପାକୁ ପଡାଉଥିବା ଗୁରୁଜୀଙ୍କୁ ଦେଖି ବହୁତ ଆନନ୍ଦିତ ହୋଇଥିଲେ। ପଣ୍ଡିତ ସାର, ମିଶ୍ର ସାର, ସାହୁ ସାର, ପାଣିଗ୍ରାହୀ ସାର, ଭୀମ ସାର, ଅଭି ସାର, ଗୋପୀ, ସମସ୍ତେ ନିଜ ନିଜମତ ରଖିବା ସହ ଗୁରୁ ଶିଷ୍ୟ ସମ୍ପୋର୍କ ବିଷୟ ବଖାଣିଥିଲେ। ପ୍ରାରମ୍ଭିକ ସଙ୍ଗୀତ ଝିଅ ମାନେ ଗାନ କରିଥଲେ। ଛାତ୍ର ଛାତ୍ରୀ ମାନେ ନିଜ ନିଜ ଅନୁଭୂତି ବାଣ୍ଟିବା ସହ ସାଂସାରିକ ଜୀବନ ସୁଖମୟ ହେଉ, ଏହାହିଁ ଲୋକନାଥେଶ୍ୱର୍ ଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା। ଏଥିରେ ବିଶ୍ଵନାଥ, ନିରଞ୍ଜନ, ଜିତେନ୍ଦ୍ର, ଦୁର୍ଗା, ବୃନ୍ଦାବନ, ମାଧବ, ଅରୁଣ, ଅରୁଣ, ପାତ୍ର,ନଳିନୀ, ଟି ଟି ଆ,ପବିତ୍ର, ଅନୀଲ ପାଢ଼ୀ, ଅନୀଲ ପାଣିଗ୍ରାହୀ,ଦୁଃଖୀ ଶ୍ୟାମ, ଦିଲୀପ, ଗୋବର୍ଦ୍ଧନ, ହୃଷୀ, ଗିରିଧାରୀ,ମନୋରଞ୍ଜନ, ପ୍ରଦିପ, ପ୍ରଦିପ୍ତ, ବସନ୍ତ, ଜୟସେନ,ଶିବରାମ,ଆରତୀ, ଲିଲି, ଭାଗ୍ୟଲତା, ଶାନ୍ତି, ଡଲି, ଙ୍କ ସହିତ ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ପ୍ରଦିପ କୁମାର୍ କର ଶହେ ଗୋଟି ଗଛ ଔଷଧୀୟ ଗଛ ଲଗାଇବାକୁ ସମସ୍ତଙ୍କୁ ଅବଗତ କରାଇବା ସହ ଶେଷରେ ସମସ୍ତେ ମିଶି ଗଛ ଗୁଡ଼ିକୁ ଲଗାଯାଇଥିଲା। ପରି ଶେଷରେ ପ୍ରସାଦ ସେବନ କାଯ୍ୟକ୍ରମ ହୋଇଥିଲା। ଖାଇବା ପରେ ଫୋଟୋ ସେସନ୍ ସାରିଦେଇ, ଶେଷରେ ଗୁରୁଙ୍କ ଠାରୁ ଆଶୀର୍ବାଦ ନେଇ ଗୁରୁଙ୍କୁ ବିଦାୟୀ ସମ୍ମାନିତ କରାଯାଇଥିଲା। ଏମିତି କାର୍ଯ୍ୟକ୍ରମକୁ ଦେଖି ବୋରୀପଦର ହାଇ ସ୍କୁଲ,1975 ବାଚ୍ ଠାରୁ ସମସ୍ତେ ବନ୍ଧୁ ମିଳନ କାର୍ଯ୍ୟ କ୍ରମ କରିବାକୁ ଆଗ୍ରହ ହେବା ସହ ସମସ୍ତଙ୍କୁ ଏକ ଭଲ ପରିବେଶ ଆଣି ଦେବା ସହ ଏକ ପ୍ରେରଣା ହୋଇ ରହିବ, ଶେଷରେ ପ୍ରଦିପ କୁମାର କର ଧନ୍ୟବାଦ୍ ଅର୍ପଣ କରିଥିଲେ।