ବ୍ରହ୍ମପୁର, : ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ସାଇରମ ଟ୍ୟୁଟୋରିଆଲ୍ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ନିନ୍ତେ ଏକ ଆଦର୍ଶ ଶିକ୍ଷାସୌଧ କ୍ରମାଗତ ଦଶବର୍ଷ ଧରି ଶତପ୍ରତିଶତ ସଫଳତା ପାଇ ଆସୁଥିବା ଉତ୍କ ଅନୁଷ୍ଠାନ ଚଳିତ ଶିକ୍ଷାବର୍ଷ ୨୦୨୬ ମସିହ ବୋର୍ଡ଼ ପରୀକ୍ଷାରେ ବହୁବିଧି ସଫଳତା ହାସଲ କରି ଆନୁଷ୍ଠାନର ଗୌରବ ବୃଦ୍ଧିକରିପାରିଛନ୍ତି। ମୋଟ ୫୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯ ଜଣ ୧ମ ଶ୍ରେଣୀ ଏବଂ ୧୫ ଜଣ ୨ୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀ ମୋନିକା ଅଚାରୀ ୯୩ % ପ୍ରତିଶତ ମାର୍କ ରଖି ଆନୁଷ୍ଠାନର ଟପ୍ପର ହୋଇଛନ୍ତି। ଏହିପରି କ୍ରମାଗତ ସଫଳତା ପାଇ ଆସୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଅନୁଷ୍ଠାନ ର ପ୍ରତିଷ୍ଠାତା ସୁବ୍ରତ କୁମାର ପଣ୍ଡା ଓ ଅଧ୍ୟାପକମଣ୍ଡଳୀ ଅଯସର ଅଭିନନ୍ଦନ ଜ୍ଞାପନ ପୂର୍ବକ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।ଛାତ୍ରଛାତ୍ରୀଙ୍କ ଏହି କୃତିତ୍ୱ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉସ୍ଛ ପାଲଟିଚୀ।ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ପିଲାମାନଙ୍କର ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି।ଅନୁଷ୍ଠାନର ସଫଳତା ପାଇଁ ପିଲାମାନଙ୍କର କଠିନ ପରିଶ୍ରମ ଓ ଶିକ୍ଷକମାନଙ୍କର ଉପଯୁକ୍ତ ମାର୍ଗଦର୍ଶନ ହିଁ ମୁଖ୍ୟ କାରଣ। ଆଗାମୀ ଦିନରେ ଏହି ଅନୁଷ୍ଠାନ ଏହିପରି ଭାବେ ଶିକ୍ଷା କ୍ଷେତ୍ରରେ ନିଜର ସୁନାମ ବଜାୟ ରଖିବ ବୋଲି ଆଶା କରାଯାଉଛି।
ସାଇରମ ଟ୍ୟୁଟୋରିଆଲର +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସଫଳତା




