ବ୍ରହ୍ମପୁର, ଅର୍ଣ୍ଣବ୍ ବାତ୍ୟା ର ପ୍ରଭାବରେ ବ୍ରହ୍ମପୁର ମହାନଗର ର ବିଭିନ୍ନ ଅଞ୍ଚଳ ଓ ସାହିସାହିରେ ପାଣି ଜମି ରହିଛି । ଜନସାଧାରଣ ବହୁ ଅସୁବିଧାରେ ରହିଛନ୍ତି, ଆଗକୁ ମଧ୍ଯ ଏପରି ବର୍ଷା ଲାଗି ରହିବ। ମହାନଗର ନିଗମ ଓ ଜିଲ୍ଲାପ୍ରଶାସନ ଏ ଦିଗରେ ନିରୁପାୟ ହୋଇଥିବା ବେଳେ, ଜଳ ନିଷ୍କାସନ ବ୍ୟବସ୍ଥା ନେଇ ଉଦ୍ୟମ ଜାରି ରହିଛି । ବସ୍ତି ଅଞ୍ଚଳ ଓ ତଳିଆ ଅଞ୍ଚଳ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଗଂଜାମ ଜିଲ୍ଲାର ବିଭିନ୍ନ ସ୍ତାନରେ ଲାଗିରହିଛି ତୁହାକୁ ତୁହା ବର୍ଷା। ଫୁଲୁଛି ଘୋଡାହାଡ ନଦୀର ଜଳସ୍ତର I ସାନଖେମୁଣ୍ଡି ପଳାଶପୁର ଗାଁ ସେତୁ ଉପରେ ଚାଲୁଛି ମଣିଷେ ଉଚ୍ଚର ପାଣି। ସୋରଡା ଇଲାକାର ପଦ୍ମା ନଦୀ ଓ ଜରଉ ନଦୀରେ ବଢୁଛି ଜଳସ୍ତର । କବିସୂର୍ଯ୍ୟନଗର ଧନେଇ ନଦୀ ଓ ଅ।ସିକାର ରୂଷିକୁଲ୍ୟା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି । ହିଂଜିଳି ର ଖଣ୍ଡରା ଗାଁ ସମେତ ବିଭିନ୍ନ ଅଂଚଳ ପରିଦର୍ଶନ କରୁଛନ୍ତି ଛତ୍ରପୁର ଉପ-ଜିଲ୍ଲାପାଳ । ବିଭିନ୍ନ ଅଂଚଳର ହଜାର ହଜାର ହେକ୍ଟର ଧାନ ଚାଷ ଜମିରେ ମାଡି ଯାଇଛି ବର୍ଷା ଜଳ ।




