ଗଞ୍ଜାମ ଆଇନ ମହାବିଦ୍ୟାଳୟ ରେ ତୃତୀୟ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Pradeep Kar

ବ୍ରହ୍ମପୁର,(ଏସ.ଏମ.ପି):-

ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ଗଞ୍ଜାମ ଆଇନ ମହାବିଦ୍ୟାଳୟ ରେ ମଙ୍ଗଳବାର ଏଲ.ଏଲ.ବି ର ତୃତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l କଲେଜ ର ପ୍ରଥମ ବର୍ଷ ଏବଂ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ତୃତୀୟ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଦେଈ ସଭା ଗୃହ କୁ ପାଛୋଟି ନେଇଥିଲେ l ଦୀପ ପ୍ରଜ୍ବଳନ ପରେ ସୁନିଲ ଏବଂ ବିନୋଦ ସ୍ବାଗତ ସଙ୍ଗୀତ ଗାନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି ସଭାରେ ସମସ୍ତ ତୃତୀୟ ବର୍ଷ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ଏବଂ ୩ ବର୍ଷ ଧରି କଲେଜ ରେ ବିତାଇଥିବା ଅନୁଭୂତି କୁ ମନେ ପକାଇଥିଲେ l କଲେଜ ର ଗୁଣ ଗାନ କରିବା ସହ ଆଗକୁ କେମିତି ଆହୁରି ଭଲ ମାର୍କ ରଖି କଲେଜ ର ନାମକୁ ଆଗକୁ ନେବା ପାଇଁ ସାନ ମାନଙ୍କୁ କହିଥିଲେ l କଲେଜ ର ନିର୍ଦ୍ଦେଶକ ଡ଼.ବିନାୟକ ପଟ୍ଟନାୟକ ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ନିଜ ନିଜର ଭବିଷ୍ୟତ ଏବେ ତୁମ ହାତରେ ସମସ୍ତେ ଜଣେ ସ୍ୱଚ୍ଛ ସେବା ମନବୃତି ନେ଼ଇ କେମିତି ନ୍ୟାୟ ପାଇଁ ଲଢେଇ କରିବ ଏବଂ ଜଣେ ଭଲ ଆଇନଜୀବୀ ହୋଇପାରିବ ସେ ବିଷୟରେ ଶ୍ରୀ ପଟ୍ଟନାୟକ ତୃତୀୟ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ l ଏହି ସଭାକୁ ଦ୍ୱିତୀୟ ବର୍ଷ ଛାତ୍ରୀ ସୁଜାତା ଓ ବିନୋଦ ମଞ୍ଚ ପରିଚାଳନା କରିଥିବା ବେଳେ ସୁନିଲ, ରାଣୀ, ରୁଦ୍ର,ସନ୍ଧ୍ୟା, ପ୍ରତାପ, ସୁରେଶ,ଭାଗ୍ୟଶ୍ରି, ଆଶୁତୋଷ ଙ୍କ ସହ ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l ସଭା ଶେଷରେ ଋଷିକେଶ ବାଡତ୍ୟା ଧନ୍ୟବାଦ ଜଣାଇଥିଲେ l ଏଥିରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବର୍ଷ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Also Read

Tags