କଳାହାଣ୍ଡି, ୨୮/୧୦ କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦିର୍ଘଦିନ ଧରି ଜଙ୍ଗଲି ହାତୀଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ୨୮ ଟିକିଆ ହାତୀପଲ ଲାଞ୍ଜିଗଡ଼ ବନ ବିଭାଗର ଅଧୀନରେ ଥିବା ଛତ୍ରପୁର ପଞ୍ଚାୟତର ମସ୍କା ପଦର ଗାଁର କଲୋନୀ ପଡ଼ାର ଜାମଧର ମାଝୀଙ୍କ ଘର ଭାଙ୍ଗିଥିବା ବେଳେ ଘରେ ଶୋଇଥିବା ୩ ଜଣ ସାଙ୍ଗଙ୍କୁ ଗ୍ରାମବାସୀ ଉଧାର କରିଥିଲେ । ସୂଚନାନୁସାରେ ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଲାଞ୍ଜିଗଡ ସେକ୍ସନ ଛତ୍ରପୁର ପଞ୍ଚାୟତର ମସ୍କା ପଦର ଗାଁର କଲୋନୀ ପଡ଼ାର ଜାମଧର ମାଝୀ ଓ ତାଙ୍କ ସ୍ତ୍ରୀ ମାମି ମାଝୀ ଆଜିକୁ ପ୍ରାୟ ୬ ମାସରୁ ଉର୍ଧ୍ଵ ହେବ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ତାଙ୍କର ଗୋଟିଏ ପୁଅ ପାପୁନ ମାଝୀ ଓ ପାଞ୍ଚ ବର୍ଷର ଝିଅ ହିଁ ଘରେ ଏକୁଟିଆ ରହୁଛନ୍ତି । ବାପା ମା’ କାମ କରିଯିବା ଦିନଠୁ ସାନ ଭଉଣୀ ରାତିରେ ନିଜ ସମ୍ପର୍କୀୟ ଘରକୁ ଶୋଇବାକୁ ଯାଉଛି। ପାପୁନ ବର୍ତ୍ତମାନ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଗତ ରାତିରେ ନିଜ ଦୁଇ ସାଙ୍ଗ ସୁଧୀର ମାଝୀ ଓ ଖମେଶ ହରିଜନଙ୍କ ସହ ତିନିଜଣ ତାଙ୍କ ନିଜ ଘରେ ଶୋଇଥିଲେ । ଗତ ବିଳମ୍ବିତ ରାତିରେ ଏକ ୨୮ ଟିକିଆ ହାତୀପଲ ହଠାତ ମସ୍କା ପଦର ଗାଁକୁ ଆସି କଲୋନୀ ପଡ଼ାରେ ଥିବା ଜାମଧର ମାଝୀଙ୍କ ଘର ଚାରିପଟେ ଘେରି ଯାଇ ଭୀଷଣ ଗର୍ଜନ କରିବା ସହିତ ଘର ଭାଙ୍ଗି ଦେଇଥିଲେ । ଏହି ସମୟରେ ଘରେ ଶୋଇଥିବା ପାପୁନଙ୍କ ସମେତ ତାଙ୍କ ଦୁଇ ସାଙ୍ଗ ଘର ଭିତରେ ହାତୀ ଗର୍ଜନ ଶୁଣି ଭୟରେ ଘର ଭିତରେ ଫସି ରହିଥିଲେ । ଏହା ଜାଣିପାରି ଗ୍ରାମବାସୀ ମାନେ ଏକତ୍ରିତ ହୋଇ ହାତୀପାଲକୁ ଘଉଡାଇବା ବେଳେ ହାତୀପଲ ଘରଠାରୁ ଟିକେ ଦୂର ଯିବା ପରେ ତିନି ଜଣ ସାଙ୍ଗ ଜୀବନ ବିକଳରେ ଘରୁ ବାହାର କରି ଆଣିଥିଲେ । ଏହା ପରେ ହାତୀପଲ ମସ୍କା ପଦର ଗାଁ ମୁଣ୍ଡରେ ଆସି ଭୀଷଣ ଗର୍ଜନ କରି କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ହାତୀ ପଲକୁ ଘଉଡାଇବା ପରେ ହାତୀପଲ ହାତୀ ଶାଳ ଜଙ୍ଗଲକୁ ଚାଲି ଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ଆଖପାଖ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି, ଗ୍ରାମବାସୀ ସକାଳୁ ବନବିଭାଗକୁ ଏ ବିଷୟରେ ଖବର ଦେଇଥିଲେ I ଖବରପାଇ ଲାଞ୍ଜିଗଡ ଫରେଷ୍ଟର ଧରଣୀଧର ପଣ୍ଡା ଓ ବନ କର୍ମଚାରୀଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ତଦନ୍ତ କରିଥିଲେ I
ଲାଞ୍ଜିଗଡରେ ହାତୀଙ୍କ ର ଉପଦ୍ରବ,ମସ୍କା ପଦର ଗାଁରେ ପଶି ଭାଙ୍ଗିଲେ ଘରଦ୍ୱାର





