ଲାଞ୍ଜିଗଡ ବ୍ଲକରେ ଦେଖିବାକୁ ମିଳିଛି ଅର୍ଣ୍ଣବର ପ୍ରଭାବ

Pradeep Kar

କଳାହାଣ୍ଡି, ୨୯/୧୦ କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକରେ ଅର୍ଣ୍ଣବର ପ୍ରଭାବ ଦେଖିବାକୁ ମିଳିଛି I ଗତକାଲି ବିଳମ୍ବିତ ରାତିରେ ଝଟକା ପବନରେ ଲାଞ୍ଜିଗଡ ଠାରୁ ବିଜପୁର କୁ ସଂଯୋଗ କରୁଥିବା ରାସ୍ତା ଉପରେ ବା ତ୍ରିଲୋଚନ ପୁର ପଞ୍ଚାୟତ ଅନ୍ତର୍ଗତ ବଞ୍ଜIରୀ ଘାଟିରେ ଦୁଇଗୋଟି ବିରାଟକାୟ ଗଛ ଉପୁଡି ପଡିଯିବା ଫଳରେ ଯାତାୟାତ ଠପ ହୋଇଯାଇଛି I ଗତକାଲି କଳାହାଣ୍ଡି ଜିଲ୍ଲାରେ ୩୪୭ ମିଲି:ମିଟର ବର୍ଷା ହୋଇଥିଲା, କିନ୍ତୁ ସେଥି ମଧ୍ୟରୁ ଲାଞ୍ଜିଗଡ ବ୍ଲକରେ ୩୧ ମିଲି:ମିଟର ଜିଲ୍ଲା ସମସ୍ତ ବ୍ଲକ ଠାରୁ ଅଧିକ ପରିମାଣରେ ବର୍ଷା ହୋଇଥିଲା I ଏହି ରାସ୍ତା ଉପରେ ଲାଞ୍ଜିଗଡ ବ୍ଲକର ପାଞ୍ଚ ଗୋଟି ପଞ୍ଚାୟତ ଜନସାଧାରଣ ନିର୍ଭର କରିଥାନ୍ତି ତଥା ଲାଞ୍ଜିଗଡ,ଜଗନ୍ନାଥ ପୁର,ବସନ୍ତପଡା,ଛତ୍ରପୁର, ଚମ୍ପାଦେପୁର ଏହି ରାସ୍ତାଟି ଲାଞ୍ଜିଗଡ ଠାରୁ ବିଜେପୁର ଦେଇ ପଡୋଶୀ ଜିଲ୍ଲା ରାୟଗଡା ଜିଲ୍ଲାର କଲ୍ୟାଣ ସିଂ ପୁର କୁ ସଂଯୋଗ କରୁଅଛି I ସମସ୍ତ ଜନସାଧାରଣ ଏଇ ପୂର୍ତ୍ତ ବିଭIଗ ରାସ୍ତା ଦେଇ ରାୟଗଡା ଦେଇ ବିଶାଖାପାଟଣା ଓ କୋରାପୁଟ ଜିଲ୍ଲା କୁ ଯାତାୟାତ କରିଥାନ୍ତି I ଏହି ରାସ୍ତାରେ ଦେଇ ବିଶାଖାପାଟଣା ଉର୍ନ୍ନତ ମାନର ଚିକିତ୍ସା ପାଇଁ ରୋଗୀ କି ନେଇ ଜନସାଧାରଣ ଯାଇଥାନ୍ତି I ଏହି ରାସ୍ତା ଉପରେ ଲାଞ୍ଜିଗଡ ବ୍ଲକ ର ଦୁର୍ଗମ ଅଞ୍ଚଳର ୦୫ ଗୋଟି ପଞ୍ଚାୟତର ଜନସାଧାରଣ ମଧ୍ୟ ନିର୍ଭର କରିଥାନ୍ତି ସେଥିମଧ୍ୟରୁ ପଞ୍ଚାୟତ ଗୁଡିକ ହେଲା ତ୍ରିଲୋଚନ ପୁର,ବିଜେପୁର,ମାଳିଯୁବଙ୍ଗ,ଲIଖବହାଲି, ପାହାଡ଼ପଦର ଏହି ପାଞ୍ଚ ଗୋଟି ପଞ୍ଚାୟତ ର ଜନସାଧାରଣ ଲାଞ୍ଜିଗଡ ବ୍ଲକ ସଦର ମହକାମା ଯାଇଥାନ୍ତି I ଲାଞ୍ଜିଗଡର ଡାକ୍ତରଖାନା,ଲାଞ୍ଜିଗଡ ତହସିଲଦାର ଅଫିସକୁ ଓ ନିଜର ନୀତି ବ୍ୟବହାରଯ୍ୟ ସୌଦା ପତ୍ର କିଣା ବିକା କରିବାକୁ ଆସିଥାନ୍ତି I ଆଜି ସକାଳେ ଲାଞ୍ଜିଗଡ ଅଗ୍ନିଶମ ବିଭାଗ କୌଣସି ସୂତ୍ରରୁ ବଞ୍ଜIରୀ ଘାଟିର ରାସ୍ତା ଉପରେ ଗଛ ପଡ଼ିଥିବା ଖବର ପାଇ ତୁରନ୍ତ ଯାଇ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟିଥିଲେ ଏଥିରେ ଲାଞ୍ଜିଗଡର ଅଗ୍ନି ବିଭାଗର ଏଲ.ଏଫ.ଏଫ ଦେବରାଜ ସରକାର, ଏଫ.ଏଫ.ଡି ଶିବ କିଷାନ,ଏଫ.ଏଫ ଶରତ ଚନ୍ଦ୍ର ବେହେରା, ଏଫ.ଏଫ ମନୋଜ ଦାଣ୍ଡିଆ, ଏଫ.ଏଫ ବ୍ରଜକିଶୋର ମହାରଣା ସମସ୍ତଙ୍କ ସହଯୋଗରେ ଅବରୋଧ ହୋଇଥିବା ରାସ୍ତାକୁ ପରିଷ୍କାର କରିଥିଲେ ତାପରେ ଯାଇ ଯାତାୟାତ ସ୍ୱାଭାବିକ ହୋଇଥିଲା I

Also Read

Tags