କାହା ସ୍ୱାର୍ଥରେ ୫୩ନଂ ମୁଖ୍ୟ ଜାତୀୟ ରାଜପଥରେ ଅଙ୍କା ବଙ୍କା ରୋଡ ଷ୍ଟଡ

Pradeep Kar

ବରଗଡ଼:-୨୯/୧୦ ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଲୁହୁରାଚଟି ରୁ ସମ୍ବଲପୁର ପର୍ଯ୍ୟନ୍ତ ଉନ୍ନତି ତଥା ପ୍ରଶସ୍ତି କରଣ କରି ଚାରି ଥାକିଆ ରାସ୍ତା ନିର୍ମାଣ ପାଇଁ ଅଶୋକା ବିଲ୍ଟ କାନ ନାମକ ଠିକା ସଂସ୍ଥା କାର୍ଯ୍ୟ ହାତକୁ ନେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ରାଜରାସ୍ତାରେ ଟୋଲ୍ ବସାଇ ଚଢ଼ା ଦରରେ ମନମାନି ଭାବେ ଟିକସ ଆଦାୟ କରି ଅନେକ ଥର ଜନ ସାଧାରଣ ଙ୍କ ଆନ୍ଦୋଳନ ର ଶିକାର ହୋଇଥିବା ମଧ୍ୟ ଅଞ୍ଚଳରେ ବେଶ୍ ନଜିର ରହିଥିବା ବେଳେ ଏବେ ପୁଣି “ମାପେଲ୍ “ନାମକ ସଂସ୍ଥା ମୁଖ୍ୟ ରାଜରାସ୍ତାର କାର୍ଯ୍ୟ ହାତକୁ ନେଇ ବ୍ୟସ୍ତ ବହୁଳ ରାଜରାସ୍ତାରେ ଯିବାଆସିବା ଲୋକଙ୍କ ସୁରକ୍ଷା ସତର୍କତା ନିମନ୍ତେ ଛକ ମାନଙ୍କରେ ରାଜରାସ୍ତାରେ (ରେଡିଅମ୍) ସିଗନାଲ ଷ୍ଟଡ ଗୁଡ଼ିକ ବେନି ୟମ ଭାବରେ ଅଙ୍କାବଙ୍କା ଏଣେ ତେଣେ ପିଟି ଦେଇ ସ୍ବାର୍ଥ ହାସଲ ଦିଗରେ ଅତି ନିମ୍ନ ମାନର କାର୍ଯ୍ୟ ପଦାକୁ ଆସିଛି। ଯାହା ଅତାବିରା ବସଷ୍ଟାଣ୍ଡ ରେ ଅଭିଯୋଗ ପରେ ତାକୁ ଉପାଡ଼ି ନୂତନ ଭାବରେ କରି ଦିଆଯାଇଥିଲା ସତ,ହେଲେ ହସ୍ପିଟାଲ ଛକ ଠାରୁ ଆରମ୍ଭ କରି ଆଉ ଅନେକ ଛକ ମାନଙ୍କରେ ଏଣେତେଣେ ରୋଡ ଷ୍ଟଡ ବାଡେଇ ଦେଇ କାମ ରେ କାହାର କେତେ ଭାଗ ସେ କରିଲା ଓ କରେଇଲା ବାଲା ବାବୁ ମାନଙ୍କୁ ଜଣା। ବସ୍ ଷ୍ଟାଣ୍ଡ ର ଅଙ୍କା ବଙ୍କା ନିମ୍ନ ମାନର କାର୍ଯ୍ୟ କୁ ନେଇ ଅଭିଯୋଗ ପରେ ଦୁଇଦଲ ହିନ୍ଦୀ ଓଡ଼ିଆ ଭାଷା କହୁଥିବା ଲୋକ ପହଞ୍ଚି କିଏ ସେଟିଂ କରିଦେବା କହୁଛି ତ ଆଉ କେହି “ବୋ କର ଦେଙ୍ଗେ” ବୋଲି କହିଥିବା ବେଳେ ବସ୍ ଷ୍ଟାଣ୍ଡ ଛକ ର ଠିକ୍ କରିଦେଇ ବାକି ଛକ ମାନଙ୍କରେ “ମତେ ଯେତେ ମାଠୀବୁ ମାଠ୍ ମୁଁ ସେଇ ଦରପୋଡା କାଠ” ନୀତି ରେ କାମ କରିଦିଆଯାଉଛି। ତୁରନ୍ତ ଏଦିଗରେ ଏନ୍ ଏଚ୍ ଏ ଆଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ସରକାର ବାହାଦୁର ଦୃଷ୍ଟି ଦେଇ କାର୍ଯ୍ୟ ଗୁଡ଼ିକୁ ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Also Read

Tags