ଏତେ ସୁନ୍ଦର ଚେହେରା ପଛରେ ଲୁଚିଥିଲା ଜଣେ ହତ୍ୟାକାରିଣୀ। ଆଗରୁ ପୋଲିସ କହୁଥିଲା ସେ ଟଙ୍କା ପାଇଁ ଦାଦାଙ୍କୁ ହତ୍ୟା କରିଛି। କିନ୍ତୁ ଆଉ କିଛି ତଥ୍ଯ ନେବା ପରେ ଏହି ହତ୍ୟାକାଣ୍ଡର କାରଣରେ ଆସିଛି ଟ୍ୱିଷ୍ଟ.. ଆଉ ଏବେ ଜଣା ପଡ଼ିଛି ଏହି ହତ୍ୟାର କାରଣ ହେଉଛି “ପ୍ରେମକୁ ବାରଣ!”ଏଇ କାଳୁ ପ୍ରେମରେ ଝିଆରୀ ଉବୁଟୁବୁ ଥିଲା। ଆଉ କାଳୁ ଭଳି ଗୋଟିଏ ପିଲାକୁ ଝିଆରୀ ବିବାହ କରି ତା ଜୀବନ ବରବାଦ ନ କରୁ, ସେଥିପାଇଁ ଏହାକୁ ବିରୋଧ କରୁଥିଲେ ଦାଦା ସୁଧୀର। ହେଲେ ଏହି ବିରୋଧ ହିଁ ଶେଷରେ ତାଙ୍କ ଜୀବନ ନେଇଗଲା। ଯେଉଁ ଝିଆରୀର ଜୀବନ ନଷ୍ଟ ନ କରିବାକୁ ସେ ଚାହୁଁଥିଲେ, ସେହି ଝିଆରୀ କିନ୍ତୁ ଦାଦାର ଜୀବନ ନେଇଗଲା। ଆଉ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା ପ୍ରେମିକ କାଳୁ… ସବୁକିଛି ଘଟିଥିଲା ତାରି ନିର୍ଦ୍ଦେଶନାରେ। ଅବଶ୍ୟ ଯେବେ ସୁଧୀରଙ୍କ ହତ୍ୟା ଘଟଣା ଜଣାପଡିଲା ସେବେ ହିଁ ଲାଗୁଥିଲା କି ଏହି ହତ୍ୟା ଟଙ୍କା ପାଇଁ ହୋଇନି। ନହେଲେ ଟଙ୍କା ମାଗି, ଟଙ୍କା ନେବା ପାଇଁ ବି ଅପେକ୍ଷା ନ କରି ଏତେ ନିର୍ଦ୍ଦୟ ଭାବେ ବାଡେଇ ମାରିଦେଇ ନଥାନ୍ତେ। ହୁଏତ ସାନ ଭାଇ ତୁଷାରକୁ ସାମିଲ କରିବା ପାଇଁ ତାକୁ ଟଙ୍କାର କାହାଣୀ ଶୁଣାଯାଇଥାଇ ପରେ..ଆଜି ଆଉ କେତେଜଣଙ୍କୁ ପୋଲିସ ପଚରା ଉଚରା ପାଇଁ ରିମାଣ୍ଡରେ ନେଇଛି। ଏହି ଘଟଣାରେ ଆଉକିଛି ମୋଡ଼ ଆସିବ ନା ଏହା ହିଁ ମୁଖ୍ୟ କାରଣ ତାହା ଦିନେ ଦୁଇଦିନ ଭିତରେ ସ୍ପଷ୍ଟ ହୋଇଯିବ।
ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ଘଟଣା





