ଗୋଶାଣୀନୁଆଁ ଥାନା ଅଞ୍ଚଳରେ ବେଆଇନ ହୁକ୍କା ବାର ଉପରେ ପୁଲିସ ଚଢ଼ାଉ

Pradeep Kar

ଗୋଶାଣୀନୁଆଁ ଗାଁ ଥାନା ଅନ୍ତର୍ଗତ ଆମ୍ବ ମାର୍କେଟ ପାଖରେ ଥିବା “ଫ୍ଲୋଟିଙ୍ଗ ଫ୍ଲାବୋର୍ସ” ଠାରେ ଦୀର୍ଘଦିନ ଧରି ବେଆଇନ ଭାବେ ଚାଲୁଥିବା ହୁକ୍କା ବାର ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଥାନା ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଏକ ବିଶେଷ ଦଳ ଏହି ଅଭିଯାନ କାର୍ଯ୍ୟାନ୍ବୟନ କରିଥିଲେ।ଚଢ଼ାଉ ସମୟରେ ସ୍ଥାନଟିର ମାଲିକଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ଚାରୋଟି ହୁକ୍କା ପଟ ଜବତ କରାଯାଇଛି। ପୁଲିସ ପକ୍ଷରୁ ଏହି ପ୍ରକାର ବେଆଇନ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ମଧ୍ୟ କଢ଼ା ଅଭିଯାନ ଜାରି ରହିବ ବୋଲି ସୂଚନା ମିଳିଛି।

Also Read

Tags