ବ୍ରହ୍ମପୁର, 06/05 : ଆଜି ହାଇକୋର୍ଟରେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ମଦନ ଦଳାଇ ଓ ସୁନିଲ ହୋତାଙ୍କ ଜାମିନ ଆବେଦନ ଶୁଣାଣି ଥିଲା । ଉଭୟଙ୍କ ସିଡି ଦାଖଲ ହୋଇନଥିବା ଯୋଗୁଁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାଯ୍ୟ ହୋଇଛି। ଅନ୍ୟପକ୍ଷରେ ଏକ ବେସରକାରୀ ଚିକିତ୍ସାଳୟରେ ଅଭିଯୁକ୍ତ ମଦନ ଦଳାଇ ନିଜ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ କରିଥିବା ଆବେଦନକୁ ହାଇକୋର୍ଟ ନାମଞ୍ଜୁରୀ କରିଥିବା ଜଣାପଡ଼ିଛି । ସେ ଚିକିତ୍ସା ପାଇଁ ୨ମାସ ଅନ୍ତର୍କାଳୀନ ଜାମିନ ଆବେଦନ କରିଥିଲେ କିନ୍ତୁ କୋର୍ଟ ତାହାକୁ ଖାରଜ୍ କରିଥିବା ଜଣାପଡ଼ିଛି ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ମଦନ ଦଳାଇ ଓ ସୁନିଲ ହୋତାଙ୍କ ଜାମିନ ଆବେଦନ ଶୁଣାଣି ଥିଲା





