କେ ଖରିଡା ଗାଁ ରେ ଯୁବତୀଙ୍କୁ ହତ୍ୟା ଘଟଣା ଆସିକା ସାଂସଦଙ୍କ ମାନବିକତା ଉପରେ ପ୍ରଶ୍ନ କଲା ବିଜେଡ଼ି l

Pradeep Kar

କୋଦଳା, (୦୭/୦୫/୨୦୨୬) ଆସିକା ସାଂସଦଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଲା ବିଜେଡି। ହିଞ୍ଜିଳିକାଟୁ ଥାନା କେ ଖରିଡା ଗାଁ ରେ ପ୍ରେମିକ ଦୁଆରେ ଧାରଣାରତ ପ୍ରେମିକାକୁ ଟାଙ୍ଗିଆରେ ହାଣି ହତ୍ୟା କରାଯିବା ଘଟଣାରେ ଆସିକା ସାଂସଦ ଅନିତା ଶୁଭଦର୍ଶିନି ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବିଜେଡି ମହିଳା ସେଲ୍ ରାଜ୍ୟ ସଂପାଦିକା ତଥା ଆସିକା ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁ।କୋଦଳା ଠାରେ ଏନେଇ ଗଣମାଧ୍ୟମ ସମ୍ମୁଖରେ ଆସିକା ସାଂସଦଙ୍କ କାର୍ଯ୍ୟକଳାପକୁ ନେଇ ନିନ୍ଦା କରିଛନ୍ତି। ଗତ ୫ ତାରିଖରେ ସଂପୃକ୍ତ ଧାରଣାରତ ପ୍ରେମିକାକୁ ହତ୍ୟା କରାଯାଇଥିଲା। ସେପଟେ ସେହି ଦିନ ହିଁ ଆସିକା ସାଂସଦ ନିଜ ଅଞ୍ଚଳରେ ଥାଇ ସୁଦ୍ଧା ଘଟଣା ସ୍ଥଳରେ ପହଞ୍ଚି ନଥିଲେ।। ହତ୍ୟା କରାଯାଇଥିବା ମହିଳା ଓ ତାକଂର କୁନି ଝିଅକୁ ସମବେଦନା ଜଣାଇବା ପାଇଁ ଭୂଲିଗଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡ଼ି ନେତ୍ରୀ ରଞ୍ଜିତା ସାହୁ। ସେହିଦିନ ଆସିକା ସାଂସଦ ଅନିତା ଶୁଭଦର୍ଶିନି ପଟ୍ଟନାୟକ ରମ୍ଭା ପ୍ଯାଲେସ୍ ରେ ମଉଜ ମସ୍ତି କରୁଥିଲେ, ସାଂଗ ସାଥିକଂ ଗହଣରେ ଡିନର୍ କରୁଥିଲେ। ୫ ମିନିଟ ସମୟ ବାହାର କରିପାରିଲେ ନାହିଁ ସମବେଦନା ଜଣାଇବା ପାଇଁ। ଆଇନଶୃଙ୍ଖଳା ଦିନକୁ ଦିନ ଭୁଷୁଡ଼ି ପଡୁଥିବା ବେଳେ ସାଂସଦ ମଉଜ କରୁଛନ୍ତି। ଏହାକୁ ବିଜୁ ଜନତା ଦଳ ପକ୍ଷରୁ କଡା ନିନ୍ଦା କରା ଯାଉଛି ବୋଲି କହିଛନ୍ତି ରଞ୍ଜିତା। ଦିଲ୍ଲୀରେ ତ ଓଡିଶାର ସ୍ବର ଉଠାଇ ପାରୁ ନାହାନ୍ତି, କିନ୍ତୁ ନିଜ ସଂସଦୀୟ କ୍ଷେତ୍ରରେ ମହିଳାଙ୍କ ପାଇଁ ସ୍ବର ଉଠାଉ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ହତ୍ୟାକାଣ୍ଡ ଅତି ଜଘନ୍ଯ ବୋଲି କହିବା ସହିତ ମହିଳା ଜଣକ ଧାରଣା ଦେବା ପୂର୍ବରୁ ପୋଲିସ କୁ ଅବଗତ କରାଇଥିଲେ। ହେଲେ ପୋଲିସ ସୁରକ୍ଷା ଦେଇ ପାରିଲା ନାହିଁ। ଗାଁ ଦାଣ୍ଡରେ ମହିଳାଙ୍କୁ ପ୍ରେମିକର ଭାଇ ଟାଙ୍ଗିଆରେ ହାଣି ହତ୍ୟା କଲା। ଏ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି ବିଜୁ ଜନତା ଦଳ। ସେପଟେ ଏନେଇ ଆସିକା ସାଂସଦଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ। ଫଳରେ ପ୍ରତିକ୍ରିୟା ହସ୍ତଗତ ହୋଇ ପାରି ନାହିଁ।

Also Read

Tags