ଖଣ୍ଡଦୋଳି ରାଜବନ୍ଧ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

Pradeep Kar

ଆସିକା, : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦୋଳି ରାଜବନ୍ଧ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ମହିଳା ଜଣକ ଖଣ୍ଡଦୋଳି ଗ୍ରାମର ରିତୁ ପ୍ରଧାନ (୩୭), ଯିଏ ଅନୁଜ ପ୍ରଧାନଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି ।ବନ୍ଦ ହୁଡା ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ମହିଳାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ମୃତଦେହକୁ କେହି ଘଟଣାସ୍ଥଳକୁ ଆଣି ପକାଇ ଦେଇଛି କି ନା ଅନ୍ୟ କୌଣସି କାରଣ ରହିଛି, ତାହା ଏବେ ସନ୍ଦେହ ଘେରରେ ରହିଛି lଘଟଣାସ୍ଥଳରେ ଆସିକା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ମୃତ ମହିଳାଙ୍କ ସ୍ୱାମୀ ଅନୁଜ ପ୍ରଧାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ପ୍ରକୃତ ଘଟଣା କଣ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

Also Read

Tags