ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Pradeep Kar

ରଙ୍ଗେଇଲୁଣ୍ଡା :ଗୋଳନ୍ଥରା ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ରୀ ସ୍କୃତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଅଭିଯୁକ୍ତ ତଥା ମନ୍ତ୍ରୀଙ୍କ ପୁତୁରା କୁହାଯାଉଥିବା ବିଶ୍ଵଜିତ ଜେନାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଉକ୍ତ କଲେଜର ବିସିଏ ଛାତ୍ରୀ ସ୍କୃତି ଭଳଙ୍କ ସମେତ ତାଙ୍କ ଭଉଣୀ ଓ ଅନ୍ୟ ତିନି ସହପାଠୀ ରହୁଥିବା କଲେଜ ଛାତ୍ରୀ ନିବାସ କୋଠରୀରେ ଗତକାଲି ଛାତ୍ରୀ ଜଣକ ବେକରେ ଗାମୁଛା ବାନ୍ଧି ଝୁଲୁଥିବା ଏବଂ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଛାତ୍ରୀଙ୍କ ମାମୁଁ ଗୋଳନ୍ଥରା ଥାନାରେ ଏକ ଅଭିଯୋଗ କରି ତାଙ୍କ ଭାଣିଜୀ ସ୍କୃତି ଭଳଙ୍କୁ କଲେଜର ପୂର୍ବତନ ଛାତ୍ର ବିଶ୍ବଜିତ ଜେନା ଭଲପାଇଥିବା ବେଳେ ଗତ କିଛି ଦିନ ଧରି ତାଙ୍କୁ ନାନା ପ୍ରକାର ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ । ଏପରିକି ନିର୍ଯାତନା ସହିନପାରି ଛାତ୍ରୀ ଜଣଙ୍କ ବେକରେ ଲୁଗା ବାନ୍ଧି ମୃତ୍ୟୁବରଣ କରିଥିବା ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାବା ସହ ବ୍ରହ୍ମପୁର ଏସ୍‌ପି ବରିଷ୍ଠ ପୋଲିସ ଅଧିକାରୀ ସାଇଣ୍ଟିଫିକ୍ ଟିମ୍ , ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଏବଂ ବ୍ୟବଛେଦ ରିପୋର୍ଟ ପାଇବା ପରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ବୁଗୁଡା ଅଞ୍ଚଳରୁ ଉଠାଇଆଣି ପଚରା ଉଚରା କରିବା ସହ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l

Also Read

Tags