ଚୁଡ଼ିଆଲାଞ୍ଜି ଡବଲ ମର୍ଡର ମାମଲା; ଅଭିଯୁକ୍ତ ଭଣଜା ଓ ସାନମାଇଁଙ୍କୁ ଆଜୀବନ ଜେଲ ଦଣ୍ଡ

Pradeep Kar

ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ ଘଟିଥିବା ମାଆ–ପୁଅ ହତ୍ୟାକାଣ୍ଡ ମାମଲାରେ ଆଜି କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ମାମଲାର ଦୁଇ ଅଭିଯୁକ୍ତ ଭଣଜା ଜି. ଦେବେନ୍ଦ୍ର ରେଡ୍ଡୀ ଏବଂ ସାନମାଇଁ ଡି. ଗୋନାମ୍ମାଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ସୂଚନାଯୋଗ୍ୟ ଯେ,୨୦୨୪ ଫେବୃଆରୀ ୧୮ ତାରିଖରେ ଚୁଡ଼ିଆଲାଞ୍ଜି ଗାଁର ଡି. ନୀଳାବେଣୀ (୩୫) ଓ ତାଙ୍କର ୭ ବର୍ଷର ପୁଅ ଡି. ଋଷିଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ଘଟଣାଟି ଆତ୍ମହତ୍ୟା ପରି ଲାଗୁଥିଲେ ମଧ୍ୟ ପୋଲିସର ତଦନ୍ତରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଜି. ଦେବେନ୍ଦ୍ର ରେଡ୍ଡୀ ଓ ଡି. ଗୋନାମ୍ମାଙ୍କ ମଧ୍ୟରେ ଥିବା ଅବୈଧ ସମ୍ପର୍କକୁ ନୀଳାବେଣୀ ବିରୋଧ କରିବା ସହ ଏହାକୁ ପ୍ରକାଶ କରିବାକୁ କହିଥିଲେ। ଏହାପରେ ଉଭୟ ମିଶି ନୀଳାବେଣୀ ଓ ତାଙ୍କ ପୁଅ ଋଷିଙ୍କୁ ତଣ୍ଟି ଚାପି ହତ୍ୟା କରିଥିବା ପୋଲିସ ଅଭିଯୋଗ କରିଥିଲା। ମାମଲାର ବିଚାର ଶେଷରେ କୋର୍ଟ ପ୍ରମାଣ ଓ ସାକ୍ଷ୍ୟକୁ ବିଚାର କରି ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Also Read

Tags