ନିଖୋଜ ର ୪ ଦିନ ପରେ କେନାଲରୁ ମହିଳା ଙ୍କ ଶବ ଉଦ୍ଧାର I ପୋଲିସ ର ତଦନ୍ତ ଜାରି

Pradeep Kar

କୋକସରା,୧୨/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉଠା ଜଳସେଚନ(ମେଗାଲିଫ୍ଟ) କେନାଲ ର ପିତବାସପୁର ନିକଟରେ ଆଜି ଜଣେ ମହିଳାଙ୍କ ଗଳିତ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ଲୋକମାନେ କୋକସରା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚିତ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି କେନାଲ ରୁ ମୃତ ମହିଳା ଙ୍କ ଶବ ଉଦ୍ଧାର କରି ପୋଲିସ ର ଜିମା ଦେଇଥିଲେ। ଉଦ୍ଧାର ମୃତ ମହିଳା ଜଣକ ଜୟପାଟଣା ବ୍ଲକ ସିଲେଇଜୋର ଗ୍ରାମ ର ସ୍ବର୍ଗତ ନରଙ୍ଗ ମାଝୀ ଙ୍କ ବିଧବା ପତ୍ନୀ ଉଦେଇ ମାଝୀ (୪୦) ବୋଳି ଜଣାପଡିଛି। ସେ ଗତ ବୁଧବାର ଦିନ ନିଜ ବାପଘର ଗାଁ ଜାମଚୁଆ ଗାଁ ରୁ ସିଲେଇଜୋର ଯାଉଥିବା ବେଳେ କେନାଲ ରେ ପଡି ନିଖୋଜ ଥିଲେ। ଶନିବାର ତାଙ୍କ ଶବ ଠାବ ହୋଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ରେ ଅଗ୍ନିଶମ ବିଭାଗ ର କଶ୍ୟପ କୁମାର ପଟ୍ଟନାୟକ, ସୁନୀଲ ରଞ୍ଜନ ବାର୍ଳା, ଲଳିତ ପୁଟେଲ, ଦିଗାମ୍ବର ଶବର, ଉମା ଶଙ୍କର ନାଏକ, ସ୍ମୃତି ରଞ୍ଜନ ବିଶ୍ୱାଳ, ହେମନ୍ତ ନାଏକ ପ୍ରମୁଖ ସାମିଲ ଥିଲେ।

Also Read

Tags