ପ୍ରଧାନମନ୍ତ୍ରୀ ଏସୀୟ ଉନ୍ନୟନ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଭେଟିଲେ

Pradeep Kar

ଭୁବନେଶ୍ୱର,(ପି.ଆଇ.ବି):- 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ଉନ୍ନୟନ ବ୍ୟାଙ୍କ ଅଧ୍ୟକ୍ଷ ଶ୍ରୀ ମସାତୋ କାଣ୍ଡାଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ବିଗତ ଦଶକରେ ଭାରତରେ ହୋଇଥିବା ପରିବର୍ତ୍ତନ ଅଗଣିତ ଲୋକଙ୍କୁ ସଶକ୍ତ କରିଛି ଏବଂ ଏହାକୁ ଆଗେଇ ନେବା ଦିଗରେ ଆମେ କାମ କରୁଛୁ’ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

‘ଶ୍ରୀ ମସାତୋ କାଣ୍ଡାଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହେଲା । ବୈଠକରେ ଆମେ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ବିନିମୟ କଲୁ । ବିଗତ ଦଶକରେ ଭାରତରେ ହୋଇଥିବା ଦ୍ରୁତ ପରିବର୍ତ୍ତନ ଅଗଣିତ ଲୋକଙ୍କୁ ସଶକ୍ତ କରିଛି ଏବଂ ଏହାକୁ ଆଗେଇ ନେବା ଦିଗରେ ଆମ କାମ କରୁଛୁ

Also Read

Tags