ଆଜି ଜୁଲାଇ ୧୦ର, ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା , ପ୍ରସ୍ତୁତି ଶେଷ

Pradeep Kar

ବ୍ରହ୍ମପୁର,(ଏସ,ଏମ.ପି):-

ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ ଜୁଲାଇ ୧୦ତାରିଖ ଗୁରୁବାର ଖାସ୍ପାସାହି ଓ ଜଉରା ଠାରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ଅନୁଷ୍ଠିତ ହେବ ।ଏଥି ନେଇ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଠାକୁରାଣୀ ମନ୍ଦିର ନିକଟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି ।ସଭାପତି ସୂଯ୍ୟନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ସାଧାରଣ ସଂପାଦକ ଗୋପାଳ ପଟ୍ଟନାୟକ କଣ୍ଢେଇ ଯାତ୍ରା ର ପରମ୍ପରା ସଂପର୍କ ରେ ସୂଚନା ଦେଇ କିପରି ଏହି ଯାତ୍ରାରେ ସମସ୍ତ କାଯ୍ୟ ସୁଚାରୁ ରୂପେ ପରିଚାଳିତ ହେବ ସେଥିନେଇ କହିଥିଲେ ।ସାଂସ୍କୃତିକ ସଂପାଦକ ସୁଦୀପ କୁମାର୍ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ସ୍ଥାନୀୟ କଳାକାର ମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଇଛି ବୋଲି କହିଥିଲେ । ସେହି ପରୀ ସାହିତ୍ୟ ଆସର ଆୟୋଜନ ନେଇ ଅନୁରୂପ ଆଲୋଚନା ହୋଇଥିଲା । ବିଳମ୍ବିତ ରାତ୍ରରେ ଭଜନ ସମାରୋହ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ବୈଠକ ରେ ଆଇନ ଉପଦେଷ୍ଟା ମଦନ ମୋହନ ପାତ୍ର, ନାରାୟଣ ମହାକୁଡ,ଉପଦେଷ୍ଟା ବଦ୍ରି ନାରାୟଣ ନାୟକ, କୋଷାଧ୍ୟକ୍ଷ ମାନସ ରଞ୍ଜନ ପାଢ଼ୀ, ସମ୍ପାଦକ ଉମାଶଙ୍କର ପାତ୍ର, ଶ୍ରୀକାନ୍ତ ସୁବୁଦ୍ଧି,ସୁରେନ୍ଦ୍ର କୁମାର ସେନାପତି, ରମାକାନ୍ତ ରଥ,ରମେଶ ଚନ୍ଦ୍ର ଭୂୟାଁ, ଲକ୍ଷ୍ମୀ ନାରାୟଣ ନାୟକ, ଉପସଭାପତି କ୍ଷେତ୍ରବାସୀ ରଥ, କେ.ରବୀନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ,ସାଂସଦ, ବିଧାୟକ, ବିଜେପି ସଭାପତି ଯୋଗ ଦେବା ଲାଗି ନିମନ୍ତ୍ରଣ କରାଯାଇଛି ବୋଲି ସଭାପତି ଦାସ କହିଥିଲେ ।ସାହିତ୍ୟ ଆସର ଅପରାହ୍ନ ୫ ଟା ରୁ ୬ଟା , ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ସଂଧ୍ୟା ୬.୩୦ରୁ ରାତ୍ର ୧୦.୩୦ ପଯ୍ୟନ୍ତ ଆୟୋଜିତ କରାଯିବା ସହ ରାତ୍ର ୧୧ଟା ରୁ ଭଜନ ସମାରୋହ ଅନୁଷ୍ଠିତ ହେବ । ଅତିଥି ମାନଙ୍କୁ ନେଇ ସଭା ସହ ସମ୍ୱର୍ଦ୍ଧନା ପର୍ବ ଆୟୋଜିତ ହେବ । ସମସ୍ତ ସାମ୍ୱାଦିକ ମାନଙ୍କୁ ସମ୍ମାନୀତ କରାଯିବ ବୋଲି ସାଧାରଣ ସମ୍ପାଦକ ପଟ୍ଟନାୟକ କହିଥିଲେ । ସୂଚନା ଯୋଗ୍ୟ ଦୀର୍ଘ୍ ବର୍ଷ ଧରି ଖାସ୍ପା ସାହି ଠାରେ କଣ୍ଢେଇ ଯାତ୍ରା ଆୟୋଜିତ ହୋଇଥାଏ । ମାଟି, ଚିନି, ପ୍ଲାଷ୍ଟିକ ରେ ତିଆରି ହୋଇଥିବା ବିଭିନ୍ନ କଣ୍ଢେଇ ବିକ୍ରି କରାଯାଇଥାଏ । ସାନ ଜଗନ୍ନାଥ,ବଡ ଜଗନ୍ନାଥ, , ମା ବୁଢୀ ଠାକୁରାଣୀ ଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କୁ ସଜ୍ଜିତ କରାଯାଇ ସ୍ବତନ୍ତ୍ର ପୂଜା କରାଯାଇଥାଏ। ଏହି ଯାତ୍ରାରେ ପ୍ରବଳ ଭିଡ଼ ହୋଇଥାଏ ।ଏଥି ଲାଗି ବଡ ବଜାର ଥାନା ପୋଲିସ ,ମହାନଗର ନିଗମ , ଜିଲ୍ଲାପ୍ରଶାସନ ତରଫରୁ ସହଯୋଗ ମିଳିଥାଏ ।

Also Read

Tags