ବିଜେଡି ଛାଡ଼ିଲେ ସୁନୀତା ବିଶ୍ବାଳ: ଦଳର ସୁପ୍ରିମୋଙ୍କୁ ପଠାଇଲେ ପତ୍ର

Pradeep Kar

ଭୁବନେଶ୍ୱର,(ଏସ.ଏମ.ପି):-

ବିଜେଡିକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ସୁନୀତା ବିଶ୍ବାଳ ଦଳରୁ ବୁଧବାର ଇସ୍ତଫା ଦେଇଛନ୍ତି। ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତେବେ ଆଗାମୀ ଦିନରେ କେଉଁ ଦଳରେ ଯୋଗଦେବେ କି ନାହିଁ ସେନେଇ କୌଣସି ସୂଚନା ଦେଇନାହାନ୍ତି। ଭୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି)କୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ସୁନୀତା ବିଶ୍ବାଳ ଦଳରୁ ବୁଧବାର ଇସ୍ତଫା ଦେଇଛନ୍ତି। ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ସୁନୀତା ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ଆସନରୁ ଲଢ଼ିଥିଲେ।ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ ୨୦୧୯ ମସିହା ନିର୍ବାଚନରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ସେବେ ପ୍ରାୟ ୨ ଲକ୍ଷ ୭୭ ହଜାର ଭୋଟ ପାଇଥିଲେ।୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସେ କଂଗ୍ରେସ ଦଳକୁ ଯାଉଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ଶ୍ରୀମତୀ ବିଶ୍ବାଳ ଏହାକୁ ଖଣ୍ଡନ କରିଥିଲେ। ସେହି ସମୟରେ ସ‌େ ଆହୁରି ମଧ୍ୟ କହିଥିଲେ ଯେ, ବିଜେଡି ଯେଉଁ ଦାୟିତ୍ବ ଦେବ ତାହାକୁ ସେ ସୂଚାରୁ ରୂପେ ନିର୍ବାହ କରିବି।

Also Read

Tags