ଜଳାଭିଷେକ ରୁ ଫେରି ମୃତ୍ୟୁ।

Pradeep Kar

ହିଞ୍ଜିଳିକାଟୁ,(ଏସ.ଏମ.ପି):-

ଶ୍ରାବଣ ପ୍ରଥମ ସୋମବାରରେ ଶୈବପୀଠରେ ଜଳଲାଗି କରିବା ପାଇଁ କାଉଡ଼ିଆ ହୋଇ ଯାଇଥିଲେ। ଜଳାଭିଷେକ ପରେ ଘରକୁ ଫେରିବା ପରେ ଆଉ ଶୁଣିଲେ ନାହିଁ। ଡାକ୍ତର ମୃତ ଘୋଷଣା କଲେ। ଏପରି ଏକ ଦୁଃଖଦ ଘଟଣା ଘଟିଛିସୋମବାର ଅପରାହ୍ନରେ ହିଞ୍ଜିଳି ସାନ ସାହିରେ। ମୃତ ଯୁବକ ହେଲେ ହିଞ୍ଜିଳିକାଟୁ ସହରାଞ୍ଚଳର ପୂର୍ବତନ ନଗରପାଳ ଶିବରାମ ଗୌଡଙ୍କ ବଡ଼ ପୁଅ ଶାଶ୍ବତ ଗୌଡ (୨୬) । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୃତକଙ୍କ ପରିବାରକୁ ଭେଟି ସାନ୍ତ୍ଵନା ଦେଇଛନ୍ତି। ମୃତ ଶାଶ୍ଵତ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଅମର ଆତ୍ମାର ସଦଗତି କାମନା ସହ ପ୍ରଭୁ ଶ୍ରୀ ଜଗନ୍ନାଥ ଶୋକାତୁର ପରିବାରକୁ ଦୁଃଖ ଲାଘବ ପାଇଁ ଶକ୍ତି ଦିଅନ୍ତୁ। ହରି ॐ ଶାନ୍ତି ଶାନ୍ତି ଶାନ୍ତିଃ।😭💐🙏

Also Read

Tags