ବ୍ରହ୍ମପୁର,(ଏସ.ଏମ.ପି):-
ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ “ସାହାଣୀ କପ ୨୦୨୫” ଫୂଟବଲ ଚାମ୍ପିୟନସିପ ବ୍ରହ୍ମପୁର ଜୋନରେ ଉଦଘାଟିତ ହୋଇଛି। ଉଦଘାଟନ ର ପ୍ରଥମ ମ୍ୟାଚ ନବରଙ୍ଗପୁର ଜିଲ୍ଲା ସହ ଭୁବନେଶ୍ୱର ଜିଲ୍ଲା ମଧ୍ୟରେ ହୋଇଥିଲା। ନବରଙ୍ଗପୁର ଦଳ ୦ ଗୋଲ କରିଥିବା ବେଳେ ଭୁବନେଶ୍ୱର ଦଳ ୩ ଗୋଲ କରି ବିଜୟୀ ହାସଲ କରିଛନ୍ତି। ଏହି ମ୍ୟାଚ ରେ ରେଫେରୀ ଶ୍ରୀ ନିତ୍ୟାନନ୍ଦ ମେହେର, ଲକ୍ସମନ ସେଠ, ସୁଜିତ ରାଜହଂସ, ଦିଗବିଜୟ ଦାସ ଥିଲେ।ଦ୍ଵିତୀୟ ମ୍ୟାଚ ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲା ମଧ୍ୟରେ ହୋଇଥିଲା। ନିର୍ଧାରିତ ସମୟ ମଧ୍ୟରେ ଉଭୟ ଦଳ କୋଣସି ଗୋଲ କରିପାରିନଥିଲେ ଏବଂ ଏଥି ସହ ଖେଳ ଅମିମାନାସିତ ରହିଲା। ଦ୍ଵିତୀୟ ମ୍ୟାଚ ରେଫ୍ରି ଥିଲେ ଶ୍ରୀ ଶିବ ଶଙ୍କର ପଣ୍ଡା, ଶିବ ପ୍ରସାଦ ସାମନ୍ତରାୟ, ଶିବ ଦେଉରି, ସୁନୀଲ ବେହେରା ଏବଂ ମ୍ୟାଚ କାମସିନର ଶ୍ରୀ ସୁଜିତ କୁମାର ପାତ୍ର।ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଓଡିଶା ଫୂଟବଲ ସଙ୍ଘ (ଫାଓ) କୋଷାଧକ୍ଷ ଶ୍ରୀ ଭକ୍ତ ବାଲହବ୍ ଦାସ, ଓଡିଶା ଫୂଟବଲ ସଙ୍ଘ ସଦସ୍ୟ ଶ୍ରୀ ନବକିଶୋର ମିଶ୍ର, ମ୍ୟାଚ ନିରୀକ୍ଷକ ଶ୍ରୀ ଗୋପବନ୍ଧୁ ସାହୁ ଓ ଶ୍ରୀ ମାନସ ସାମଲ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଏବଂ ଅନ୍ୟାନ୍ୟ ଅତିଥିଭାବେ ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ,ଜି. ଏମ. ବାବୁ, ରାଜେନ୍ଦ୍ର ଗନ୍ତାୟତ, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।