ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ଦିବଙ୍ଗତ ସୌମ୍ୟାଶ୍ରୀ ଙ୍କ ପାଇଁ ନୀରବ ଶୋଭାଯାତ୍ରା ସହ ଶ୍ରଦ୍ଧାଞ୍ଜଳି

Pradeep Kar

ବ୍ରହ୍ମପୁର,(ଏସ.ଏମ.ପି):-

ଦିବଙ୍ଗତ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦ ଗତି ନିମନ୍ତେ ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ଏକ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କମାପଲ୍ଲୀ ଛକ ଠାରେ ହାତରେ ମହମବତୀ ଧରି ଶ୍ରଦ୍ଧା ଫାଉଣ୍ଡେସନର କର୍ମକର୍ତ୍ତା ମାନେ ସ୍ୱର୍ଗୀୟା ଆତ୍ମାର ସଦ ଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଫାଉଣ୍ଡେସନର ସଭାପତି ପ୍ରଣବ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପାଢ଼ୀ,ସହ ସମ୍ପାଦିକା ମୀନତା ମହାନ୍ତି,କୋଷାଧ୍ୟକ୍ଷ ରାଇ ରଞ୍ଜନ ନନ୍ଦ ,ଅଶୋକ କୁମାର ମହାନ୍ତି , ଶୁଭଶ୍ରୀ ତ୍ରିପାଠୀ,ବି. ଶାମା ବାବୁ, ଈଂ ବିଶ୍ବମ୍ବର ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ଦାସ,ମମତା ଦାଶ,ସବିତା ନେପାକ,ସସ୍ମିତା ସାହୁ, ଅର୍ପିତା ନେପାକ,ଅର୍ପିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସେହି ପରି ଏଠାରେ ଦିବଂଗତ ସୌମ୍ୟାଶ୍ରୀ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Also Read

Tags