ବ୍ରହ୍ମପୁର(ଏସ.ଏମ.ପି):-
ପ୍ରଚଳିତ ଗୋପାବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅତିରିକ୍ତ ଚିକିତ୍ସା ସୁବିଧା ସହ ପେନସନ୍ ପ୍ରଦାନ ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନେଇ ଆଜି ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁଉପଜିଲ୍ଲାପାଳ ବ୍ରହ୍ମପୁରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି lଆସନ୍ତା ୨୦୨୫-୨୬ ବର୍ଷ ପାଇଁ ଗୋପାବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ନବୀକରଣ ନିମିତ୍ତ ପ୍ରକିୟା ଆରମ୍ଭ ହେବାକୁ ଯାଉଛି I ଏଠାରେ ପ୍ରକାଶ ଯୋଗ୍ୟ ଯେ, ଉକ୍ତ ଯୋଜନାରେ ପ୍ରତିବର୍ଷ ହାରାହାରି ୬୦୦ରୁ ଉର୍ଦ୍ଧ ହିତାକାରୀ ଉପକୃତ ହେଉଛନ୍ତି ।ଏହି ପରିପ୍ରେକ୍ଷୀରେ ପ୍ରଚଳିତ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଅଧିକ ହିତାକାରୀମୂଖୀ କରିବା ପାଇଁ ସାମ୍ବାଦିକଙ୍କ ପିତାମାତା ଓ ପଚିଶ ବର୍ଷରୁ ଉର୍ଦ୍ଧ ଅବିବାହିତ ନିର୍ଭରଶୀଳ ସନ୍ତାନ ସନ୍ତତିଙ୍କୁ ଯୋଜନା ଅନ୍ତର୍ଭୁକ୍ତ କରାଯାଉ । ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶିକୁ ୧୦ ଲକ୍ଷକୁ ବୃଦ୍ଧି କରାଯିବା ସହ ଆୟୁଷ୍ମାନ୍ ଯୋଜନାରେ ସାମିଲ୍ ଥିବା ହିତାକାରୀଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରୁ ବାଦ୍ ଦିଆଯିବା ନିଷ୍ପତ୍ତିର ପୁନର୍ବିଚାର କରି ଶ୍ରୀମନ୍ଦିର ସେବାୟତଙ୍କ ଢାଞ୍ଚାରେ ସାମ୍ବାଦିକଙ୍କ କଲ୍ୟାଣାର୍ଥେ,ଉଭୟ ଯୋଜନାର (ଆୟୁଷ୍ମାନ୍ ଭାରତ ଏବଂ ଗୋପାବନ୍ଧୁ ସ୍ବାସ୍ଥ୍ୟ ବୀମା) ସୁବିଧା ଉପଲବ୍ଧ ରହୁ |ଅନ୍ୟପକ୍ଷରେ ଦେଶର ୧୮ ଗୋଟି ରାଜ୍ୟ ଭଳି ଆମରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମାସିକ ଅନ୍ୟୁନ ପନ୍ଦର ହଜାର ଟଙ୍କା ପେନସନ୍ ପ୍ରଦାନ ସହ ବୃତ୍ତିଗତ ସୁରକ୍ଷା ପ୍ରଦାନାର୍ଥେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ ।ଗତବର୍ଷ ସରକାର ଆସିବାର ମାତ୍ର କେଇଦିନ ମଧ୍ଯରେ ଅଗ୍ରାଧିକାର ଭିଭିରେ ସ୍ବାସ୍ଥ୍ୟ ବୀମା ପ୍ରକିୟାକୁ ନବୀକରଣ କରି ସାମ୍ବାଦିକଙ୍କ ପ୍ରତି ଆପଣଙ୍କ ସମ୍ବେଦନଶୀଳତା ପରିପ୍ରକାଶ କରିଥିଲେ ଅତଏବ, ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବି ପରୀପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଉପସ୍ଥାପିତ ଉପରୋକ୍ତ ବିଷୟରେ ସହୃଦୟତା ପୂର୍ବକ ବିଚାର କରି,ରାଜ୍ୟର ହଜାର ହଜାର ସାମ୍ବାଦିକଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଢ଼ତା ଦେବାରେ ଆପଣ ମହତ୍ତ୍ୱପୂର୍ଣ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ଅଭୟ କୁମାର ପାଢୀ,ମନରଞ୍ଜନ ଦଳେଇ , ମୂର୍ତ୍ତୃଜୟ ସାହୁ , ସମୀର କୁମାର ରଥ , ରାକେଶ ଷଡ଼ଙ୍ଗୀ, ଅସିତ ପଣ୍ଡା,ପ୍ରଫୁଲ ବେହେରା , ଜୀବନା ନନ୍ଦ କର ସହ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ