ବ୍ରହ୍ମପୁର,(ଏସ.ଏମ.ପି):-
ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଗୋସାଇଁ ନୂଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ **ସଂସ୍କୃତ ଦିବସ ସମାରୋହ* ପାଳନ ହୋଇଯାଇଅଛି। ସଭାପତି ପ୍ରଫୁଲ୍ଲ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦିଗପହଣ୍ଡି ବିଧାୟକ ମାନନୀୟ ଡଃ ସିଦ୍ଧାନ୍ତ ମହାପାତ୍ର କହିଲେ ଯେ ସଂସ୍କୃତ ହେଉଛି ଆମର ମାତୃଭାଷାର ଜନନୀ।ମୁଖ୍ୟ ବକ୍ତା ଉଚ୍ଚମାଧ୍ୟମିକ ଶିକ୍ଷା ଅତିରିକ୍ତ ସହ ନିର୍ଦ୍ଦେଶକ ଡଃ କୁଳମଣି ଓଝା କହିଲେ ବେଦର ଭାଷା ସଂସ୍କୃତ ପ୍ରତି ସମସ୍ତଙ୍କ ଆସ୍ଥା ରହିବା ଉଚିତ।ସାରସ୍ବତ ବକ୍ତା ଭାବେ ଯୋଗଦେଇ ଥିଲେ ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ଡିନ ପ୍ରୋ, ସତ୍ୟନାରାୟଣ ଆଚାର୍ଯ୍ୟ କହିଲେ ସଂସ୍କୃତ ପ୍ରତି ସରକାରଙ୍କ ଅବହେଳା ଓଡ଼ିଆ ଭାଷାର ସ୍ଥିତି ବିପନ୍ନ କରାଇପାରେ ।ଅନ୍ୟତମ ସାରସ୍ବତ ବକ୍ତା ସଂସ୍କୃତ ଭାରତୀ ପୂର୍ବ କ୍ଷେତ୍ର ପ୍ରମୁଖ ପଣ୍ଡିତ ନୃସିଂହ ଚରଣ ପଣ୍ଡା ସଂସ୍କୃତରେ ଆତ୍ମନିଯୁକ୍ତିର ଅନେକ ସୁଯୋଗ ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ର, ଅନ୍ୟତମ ଅତିଥି ଥିଲେ ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ହରିହର ଦାସ ମହାରାଜ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର। ଉତ୍ସବରେ ୧୨ ଜଣ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କୁ ବିଭିନ୍ନ ସ୍ମୃତି ପାଣ୍ଠିରାଶିରେ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସ୍ତରୀୟ ସଂସ୍କୃତ ବକ୍ତୃତା ଓ ଶ୍ଳୋକାବୃତ୍ତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶତାଧିକ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସରସ୍ଵତୀ ଶିଶୁ ମନ୍ଦିରର ବିଦ୍ୟାର୍ଥୀ ମାନେ ସରସ୍ଵତୀ ବନ୍ଦନା ଗାନ କରିଥିଲେ। ବେଦପାଠ କରିଥିଲେ କନିଷି ନିକଟସ୍ଥ ମାନବ ସେବା ଆଶ୍ରମ ବେଦପାଠଶାଳାର ବିଦ୍ୟାର୍ଥୀ ମାନେ। ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ଦେଇଥିଲେ ଉପଦେଷ୍ଟା ପଣ୍ଡିତ ଗୋପାଳ କୃଷ୍ଣ ପାଢ଼ୀ। ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଜୟରାମ ମିଶ୍ର। ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ମାମି ସାହୁ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଲମ୍ବୋଦର ଶତପଥୀ, ପ୍ରମୋଦ କୁମାର ପାଢ଼ୀ,ଡଃ ସମୀର କୁମାର ବେହେରା, ନିତ୍ୟାନନ୍ଦ ଦାସ, ବିନାୟକ ତ୍ରିପାଠୀ,ବିଭୂପ୍ରସାଦ ତ୍ରିପାଠୀ,ଭଗବାନ ମୁନି , ନୀଳାମ୍ବର ପଣ୍ଡା, ସୂର୍ଯ୍ୟ ନାରାୟଣ ଶତପଥୀ, ଉପସଭାପତି ଧନୁର୍ଦ୍ଧର ବେହେରା,ତ୍ରିପତି ପ୍ରଧାନ,ସୁଧାକର ବଳୀ,ମୁନୀ ବିଷୋୟୀ,ଅଭିଲିପ୍ସା ରଥ,ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ସଂସ୍କୃତ ଗୁରୁଜୀ ମନୋଜ ତ୍ରିପାଠୀ ଓ ସମସ୍ତ କର୍ମଚାରୀ ବୃନ୍ଦ। ଉତ୍ସବରେ କବିରଶ୍ମି ବ୍ରଜକିଶୋର ତ୍ରିପାଠୀଙ୍କ ରଚିତ ତଥା ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଆର୍ଥିକ ସହାୟତାରେ ପ୍ରକାଶିତ **ସଂସ୍କୃତି ସୁଧା.** ପୁସ୍ତକ ଲୋକାର୍ପିତ ହୋଇଥିଲା।କାର୍ଯ୍ୟକ୍ରମରେ ୪୦୦ରୁ ଅଧିକ ସଂସ୍କୃତ ଶିକ୍ଷକ, ସଂସ୍କୃତ ଛାତ୍ରଛାତ୍ରୀ ଓ ସଂସ୍କୃତ ପ୍ରେମୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପଣ୍ଡିତ ଶ୍ରୀ ସାଲବେଗ ଶତପଥୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ମାମି ସାହୁ ।