ନାରୀ ସୁରକ୍ଷା ନେଇ ଦିଗପହଣ୍ଡି ଯୁବ ଓ ଛାତ୍ର ବିଜେଡିର ହଲ୍ଲାବୋଲ

Pradeep Kar

ବ୍ରହ୍ମପୁର,(ଏସ.ଏମ.ପି):-

ଆଜି ଗାଁଠୁ ସହର, ବେଳାଭୂମି ରୁ କଲେଜ କ୍ୟାମ୍ପସ୍ ସବୁଠି ଛାତ୍ରୀ ଓ ମହିଳା ଅସୁରକ୍ଷିତ। ଏହି ପରିପ୍ରେକ୍ଷୀ ରେ ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ନାରୀ ନିର୍ଯାତନା ଓ ଅପରାଧ ବିରୋଧରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ବ୍ଲକ ତରଫରୁ ଶ୍ରୀ ବିପ୍ଳବ ପାତ୍ରଙ୍କ ନିର୍ଦେଶାନୁକ୍ରମେ ବିଜୁ ଛାତ୍ର ଓ ଯୁବ ଜନତା ଦଳର କର୍ମୀ ମାନଙ୍କୁ ନେଇ ତା ୧୩-୦୮-୨୦୨୫ ରିଖ (ବୁଧବାର) ରେ ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ସମ୍ମୁଖ ରୁ ଏକ ବିଶାଳ ରାଲିରେ ବାହାରି ପୁଲିସ ଡିଜି ଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ଥାନା ଅଧିକାରୀଙ୍କୁ ଏକ ସ୍ମାରକପତ୍ର ଦିଆଗଲା ଏଥିରେ ଗଞ୍ଜାମ ଜିଲ୍ଲା ଛାତ୍ର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଛାତ୍ର ସୁନିଲ ଗୌଡ଼, ଗଣେଷ ରେଡ୍ଡୀ, ଗଞ୍ଜାମ ବ୍ଲକ ସଭାପତି ବାଦଲ କୁମାର ପ୍ରଧାନ, ବିପ୍ଳବ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ପରବର୍ତ୍ତୀ ସମୟରେ ସତାଧିକ କଲେଜ ଛାତ୍ର ଛାତ୍ରୀ ଡାକ ଅଫିସ ଯାଇ ନାରୀ ନିର୍ଯ୍ୟାତନା ରୋକିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଗଲା । *ବିଜୁ ଯୁବ ଓ ଛାତ୍ର ଜନତା ଦଳ, ଦିଗପହଣ୍ଡି*

Also Read

Tags