ବ୍ରହ୍ମପୁର,(ଏସ.ଏମ.ପି):-
ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଖେଳପଡିଆରେ ଗୁରୁଦିବସ ଅବସରରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ଟିଚର୍ସ କପ୍ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଅର୍ବାନ ବ୍ୟାଙ୍କ ସଭାପତି ଆର ମୁରଲୀମୋହନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ପ୍ରଦୀପ କୁମାର ଶତପଥି, ଜିଲ୍ଲା ବିଦ୍ୟାଳୟ କ୍ରୀଡା ନିରୀକ୍ଷକ ଭାଗିରଥି ସ୍ୱାଇଁ, ଜିଲ୍ଲା କ୍ରୀଡା ସଂଘ ସମ୍ପାଦଜ ଜେ କାମେଶ୍ୱର ରାଓ, ଜିଲ୍ଲା ହ୍ୟାଣ୍ଡବଲ ସଂଘର କାର୍ଯ୍ୟକାରୀ ସଭାପତି ତଥା ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ଶୁକ୍ଲା, ଡା ଦେବଯାନୀ ଦେଓ, ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, ଆନ୍ତର୍ଜାତୀୟ କୋଚ ପ୍ରଶାନ୍ତ କୁମାର ରଥ, ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧକ୍ଷ ଡ଼ା ମୋନଜ କୁମାର ପାତ୍ର ଓ ରାଜେଶ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରତିଯୋଗୀତାରେ ୪ଟି ମହିଳା ଓ ୬ଟି ପୁରୁଷ ଏହି ଭଳି ମୋଟ ୧୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ଶନିବାର ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ ବୋଲି ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି। ଦୀର୍ଘ ୪ବର୍ଷ ଧରି କ୍ରମାଗତ ଭାବେ ଗୁରୁଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ହ୍ୟାଣ୍ଡବଲ ଖେଳାଳି ମାନଙ୍କ ଦ୍ବାରା ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ କରଯାଉଛି।





