ନବମୀ ତିଥିରେ ଆଜି ମାଁ ରାମଚଣ୍ଡୀ ଙ୍କ ନାରାୟଣୀ ବେଶ

Pradeep Kar

ବ୍ରହ୍ମପୁର,(ଏସ.ଏମ.ପି):-

କରପଡା ପଞ୍ଚାୟତର ଅନୁଚ ପାହାଡ ଶିଖରେ ଅବସ୍ଥିତ ମାଁ ରାମଚଣ୍ଡୀଙ୍କ ପୀଠରେ ମୂଳାଷ୍ଟମୀ ତିଥିରେ ସମ୍ପୂର୍ଣ ଚଣ୍ଡୀ ପୂରାଣ ରୀତିନୀତି ଅନୁସାରେ ମାଁ ରାମଚଣ୍ଡୀ ଙ୍କ ସୋଢଶ ଦିନାତ୍ମକ ପୂଜା ଶୁଭାରମ୍ଭ ହୋଇଯାଇଛି ଅଷ୍ଟମୀ ତିଥିରେ ମା’ ଦୁର୍ଗା ବେଶ ଓ ଆଜି ମା’ ନାରାୟଣୀ ବେଶ ରେ ଦର୍ଶନ ଦେଇଥିଲେ lଏହି ପୂଜାରେ ବିପୁଳିଙ୍ଗି ଗ୍ରାମର ଶ୍ରୀ ଦିବାକର ଦାସ ମୁଖ୍ୟ କର୍ତ୍ତା ଓ ବ୍ରହ୍ମପୁରର ଦିବାକର ପଣ୍ଡା ଉପକର୍ତ୍ତା ଭାବେ ପୂଜାରେ ଯୋଗଦେଇଥିଲେ l ଏହି ଅବସରରେ କରପଡା ପଞ୍ଚାୟତ ର ଶତାଧିକ ମାଆ ମାନେ ପବିତ୍ର ଋଷିକୂଲ୍ୟା ନଦୀରୁ ଜଳଯାତ୍ରା କରି ଜଳ ଆଣିଥିଲେ ତାପରେ ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନ ରେ ଏବଂ ବ୍ରହ୍ମପୁର ର ଵେଦଧ୍ୟାୟୀ ହରମୋହନ ପଣ୍ଡା, ପଣ୍ଡିତ ନୀଳମଣି ମହାପାତ୍ର, ପଣ୍ଡିତ ଚନ୍ଦ୍ରଭାନୁ କର ଓ ପଣ୍ଡିତ ରାହୁଲ ଦାଶ ଉପସ୍ଥିରେ ବେଦପାଠ କରାଜାଈ ପୂଜା ସମ୍ପନ୍ନ କରାଯାଇଥିଲା l ସନ୍ଧ୍ୟାରେ ମାଁ ଙ୍କ ମହା ସ୍ନାନ ଅନୁଷ୍ଠିତ ହୋଇଥିଲା l ତାପରେ ମହା ଆରତୀ ଓ ସନ୍ଧ୍ୟା ରେ କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହୋଇଥିଲା, ଏଥିରେ ଶତାଧିକ ମାଆ ମାନେ ଭାଗନେଇଥିଲେ l ପ୍ରତ୍ୟେକ ଦିନ ଏହିପରି କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହେବାପାଇଁ ସ୍ଥିର କରଯାଇଛି l ଠିକ ସେହିପରି ପୂଜା ସୋପାନ ଅନୁସାରେ ଶ୍ରୀ ଚଣ୍ଡୀପାଠ,ଚଣ୍ଡୀ ହବନ ଇତ୍ୟାଦି କରା ଯାଇଥିଲା l ପ୍ରଥମ ଦିନରେ ରାମାଧୀନ ସଂସ୍କୃତ ମହାବିଦ୍ୟାଳୟ ର ଅଧକ୍ଷ ମହନ୍ତ ଶ୍ରୀ ହରିହର ଦାସ, ବ୍ରହ୍ମପୁର ସହରର ଯୁବ ସମାଜ ସେବୀ ଏ ସନ୍ତୋଷ ପାତ୍ର ଏବଂ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ l ଟ୍ରଷ୍ଟି ମଞ୍ଜୁଳା ପଣ୍ଡା, ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟି ସଭାପତି CH ଦୟାନନ୍ଦ ରେଡ୍ଡୀ, ଉପସଭାପତି ଦିବାକର ନାୟକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ ), ସଂଯୋଜକ କମଳ ପଣ୍ଡା, ତୁଷାର ଶତପଥୀ, ଜୋତିର୍ବିଦ ଦୀପକ ଦାସ, ତ୍ରିନାଥ ନାୟକ,ଗୋବର୍ଧନ ନାୟକ, ସୁଧୀର ମହାରଣା, କୁଞ୍ଜ ନାୟକ(କୋଷାଧକ୍ଷ) ସମସ୍ତ ପୂଜା କମିଟି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l

Also Read

Tags