ମୋଦୀଙ୍କ ଜନ୍ମ ଦିନରେ ବିଧାୟକ ଓ ସାଂସଦ ଙ୍କ ଦ୍ଵାରା ବୃକ୍ଷ ରୋପଣ

Pradeep Kar

ବ୍ରହ୍ମପୁର,(ଏସ.ଏମ.ପି):-

ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ବୁଧବାର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ତମ ଜନ୍ମ ଦିନ ଅବସରରେ ଏକ ପେଡ ମାକେ ନାମ ମାଧ୍ୟମରେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଧାୟକ କେ. ଅନିଲ କୁମାର ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମା ପ୍ରତି ସମ୍ମାନ ଓ ଧରିତ୍ରୀ ମାର ସୁରକ୍ଷା ଉଦ୍ଦେଶ୍ୟରେ ସମସ୍ତେ ଗଛ ଲଗେଇ ବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ବରିଷ୍ଠ ବିଜେପି ନେତା ଟି.ଗୋପୀ ପ୍ରମୁଖ ଯୋଗ ଦେଇଥିଲେ ।ସ୍କୁଲ ଅଧ୍ୟକ୍ଷ କାହୁଁ ଚରଣ ପଣ୍ଡା ଙ୍କ ସମେତ ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ,ଛାତ୍ର ଛାତ୍ରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦ ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାପର୍ଣ କରାଯାଇଥିଲା । ସେହି ପରୀ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ । ସେହି ପରୀ ପୁରୁଣା ବ୍ରହ୍ମପୁର ହାଇ ସ୍କୁଲ ଓ ମହାମାୟୀ ମହିଳା ମହାବିଦ୍ୟାଳୟ ରେ ଅନୁରୂପ ସାଂସଦ ଓ ବିଧାୟକ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।

Also Read

Tags