ବ୍ରହ୍ମପୁର,(s.m.p):-
ବ୍ରହ୍ମପୁରସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗର ମୁଖ୍ୟା ତଥା କଲେଜ ପ୍ରଶାସନିକ ଅଧିକାରିଣି ପ୍ରାଧ୍ୟାପିକା ଡ. ଜୟନ୍ତୀ ରାଣୀ ପଣ୍ଡା ଗତ ୩୧.୧୨.୨୦୨୫ ଦିନ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ସେ ୧୯୮୮ ମସିହାରୁ ଗୃହବିଜ୍ଞାନ ଅଧ୍ୟାପିକା ଭାବେ କଲେଜରେ ଯୋଗ ଦେଇ ନିଜର କର୍ତ୍ତବ୍ୟନିଷ୍ଠା ଏବଂ ସ୍ନେହ ବତ୍ସଳା ଗୁଣ ଯୋଗୁଁ ଛାତ୍ରୀ ଏବଂ କର୍ମଚାରୀ ମାନଙ୍କ ଗହଣରେ ଲୋକପ୍ରିୟତା ଅର୍ଜନ କରିଥିଲେ ।ବିଦାୟ କାଳୀନ ସଭାରେ କଲେଜ ଅଧ୍ୟକ୍ଷା ଡ଼ ନିବେଦିତା ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ପୂର୍ବତନ ଅଧ୍ୟକ୍ଷା ତଥା ବିଦାୟୀ ପ୍ରାଧ୍ୟାପିକାଙ୍କ ପ୍ରତ୍ୟକ୍ଷ ଗୁରୁ ଏବଂ ମାର୍ଗଦର୍ଶିକା ପ୍ରଫେସର ଅରୁନ୍ଧତୀ ରଥ ଯୋଗଦେଇ ଡ଼. ପଣ୍ଡା ଙ୍କୁ ପୁଷ୍ପ ଏବଂ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ । ଡ. ଜୟନ୍ତି ରାଣୀ ପଣ୍ଡା ଜଣେ ଲେଖିକା ଭାବେ ବିଭିନ୍ନ ସାହିତ୍ୟ ସଭାର ସଦସ୍ୟା ରହିଥିବା ସହ ସଭାରେ ନିଜ ଅନୁଭୂତି କୁ କବିତା ମାଧ୍ୟମରେ ଅଭିବ୍ୟକ୍ତ କରିଥିଲେ । ଏହି ସଭାରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀ ଉପସ୍ଥିତ ରହି ଡ଼. ପଣ୍ଡା ମାଡମ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।





