ପିଏମ ଶ୍ରୀ ସିଟି ହାଇସ୍କୁଲ ରେ SIOS ଏବଂ NIOS ର ଜିଲ୍ଲା ସ୍ତରୀୟ ମେଗା ଆଡ଼ମିଶନ ଏବଂ ଓରିଏଣ୍ଟେସନ କ୍ୟାମ୍ପ୍ ଅନୁଷ୍ଠିତ।

Rakii

ବ୍ରହ୍ମପୁର,(ଏସ.ଏମ.ପି):-

ସ୍ଥାନୀୟ ପିଏମ ଶ୍ରୀ ସିଟି ହାଇସ୍କୁଲ ପରିସରରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆନୁକୁଲ୍ୟରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ଜିଲ୍ଲା ସ୍ତରୀୟ ମେଗା ଆଡ଼ମିଶନ କମ୍ ଓରିଏଣ୍ଟେସନ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି। ସେଥିରେ ୧୧୦ ଜଣ ଶିକ୍ଷାର୍ଥୀ ଯୋଗ ଦେଇଥିଲେ। ୨୦ ଜଣ ପ୍ରାର୍ଥୀ ନୂତନ ଭାବେ ନାମ ଲେଖାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ବେହେରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭୂପେନ କୁମାର ମହାନ୍ତି, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମନ୍ମୟୀ ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାମଚନ୍ଦ୍ର ମହାରଣା, ବିଦ୍ୟାଳୟ ପରିଚାଳନା ସଭାପତି ନରସିଂହ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳ କୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତା କାର୍ଯକ୍ରମଟି ସୁରୁଖୁରୁ ରେ ସମ୍ପାଦିତ ହୋଇଥିଲା। କାର୍ଯକ୍ରମ ରେ ଜିଲ୍ଲା ସହ ସଂଯୋଜକ ଅଶୋକ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ଶ୍ରୀମତୀ ସୁଜାତା ମହାରଣା ସ୍ବାଗତ ଭାଷଣ ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।

Also Read

Tags