ଆମ୍ବପୁଆ ଜାଭିୟର୍ସ ସ୍କୁଲରେ ମାଟ୍ରିକ ପରୀକ୍ଷାରେ କୃତିତ୍ଵ ଅର୍ଜନ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

Pradeep Kar

ବ୍ରହ୍ମପୁର ୨୧/୦୪ ଆମ୍ବପୁଆ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ଚଳିତ ବର୍ଷ ସିବିଏସଇ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ର ମାନସିକ ରୋଗ ଚିକିତ୍ସା ବିଭାଗ ଡ଼ା ସ୍ୱାତୀ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟରେ ଉତ୍ସାହିତ କରିଥିଲେ । ଡ଼ା ମିଶ୍ର ଏଠାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଆହୁରି ଉତ୍ତମ ଶିକ୍ଷା ଗ୍ରହଣ କରି ସ୍କୁଲ ର ସୁନାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । । ସ୍କୁଲ ଅଧ୍ୟକ୍ଷ ଉଦୟ ଶଙ୍କର ପଣ୍ଡା , ଚେୟାରମ୍ୟାନ ପ୍ରିୟମ୍ବଦା ଦାସ, ସଂପାଦକ ଇଞ୍ଜିନିୟର କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା,ଜୋନାଲ ଏକାଡେମୀ ମୁଖ୍ୟ କାଁହୁ ଚରଣ ପଣ୍ଡା,ଉପାଧ୍ୟକ୍ଷା ପ୍ରକାଶ ପଲାଇ ଙ୍କ ସମେତ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଆଦର୍ଶ ପାଢ଼ୀ ୯୪.୫୦ ପ୍ରତିଶତ ମାର୍କ ରଖି ସ୍କୁଲ ର ଗୌରବ ବୃଦ୍ଧି କରିଥିବା ବେଳେ ୯୦ ପ୍ରତିଶତରୁ ଅଧିକ ମାର୍କ ୪ଜଣ ରଖିଛନ୍ତି.। ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସଫଳତା ର ସହ ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Also Read

Tags