ଆସନ୍ତା ତା l22/04/26 ରିଖ ବୁଧବାର ଦିନ ଗଞ୍ଜାମ କଳା ପରିଷଦ ଠାରେ ମହାନ ଗାୟିକା ଆଶା ଭୋସଲେଙ୍କ ଶ୍ରଦ୍ଧାଞ୍ଜଳି ସଭା ଓ ଆଞ୍ଚଳିକ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ଇଂ ଅପୂର୍ବ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ, ଗୁରୁଶ୍ରୀ ଗଣେଶ ପଟ୍ଟନାୟକ, ଗୁରୁଶୀ ଅଶ୍ୱିନୀ ମହାପାତ୍ର, ଗୁରୁଶ୍ରୀ ନୀଳାଞ୍ଚଳ ବେହେରା, ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର,ଶ୍ରୀ ସୁବୋଧ ପଟ୍ଟନାୟକ, ଇଂ ମନୋଜ ଦଣ୍ଡପାଟ, ଶ୍ରୀ ରବିନାରାୟଣ ବେହେରା, ଶ୍ରୀ ତାପସ ପାଣିଗ୍ରାହୀ, ଡା. ରାମକୃଷ୍ଣ ସାହୁ ଅତିଥିଭାବେ ଯୋଗଦାନ କରିଥିଲେ l ଦୁଇ ମିନଟ ନୀରବ ପ୍ରାର୍ଥନା ସହ ଆଶାଜୀଙ୍କ ଗାଇଥିବା ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା l ଅତିଥିମାନେ ଆଶାଜୀଙ୍କ ସ୍ମୃତି ଚାରଣ କରିବା ସହ ସ୍ଥାନୀୟ କଳାକାର ସୁଦୀପ ସାହୁ, ସୁଧାଞ୍ଜଳି ମିଶ୍ର, ଅନୁରାଧ ସାହୁ,ପୂର୍ବୀ,ରାଜନ, ଶ୍ରୀୟା, ମାନ୍ୟତା, ପ୍ରଦୀପ, ରାଜନନ୍ଦିନୀ, ଅଭିଷେକ,ମହେନ୍ଦ୍ର, ଦେବିଜା, ଅର୍ପିତା, ପିରୋଜ ଆଦି ଆଶାଜୀଙ୍କ ଗୀତ ପରିବେଷଣ କରିଥିଲେ l ଅବାହିକ ଅନୁରାଧା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସୁଧାଞ୍ଜଳି ମିଶ୍ର ଏବଂ ଗଞ୍ଜାମ କଳା ପରିଷଦର ପରିବାର ବର୍ଗ ପରିଚାଳନାରେ ସହଯୋଗ କରିଥିଲେ l
ମହାନ ଗାୟିକା ସ୍ୱର୍ଗତl ଆଶା ଭୋସଲେ ଙ୍କ ଶ୍ରଦ୍ଧାଞ୍ଜଳି ସଭା





