ବ୍ରହ୍ମପୁର ୨୪|୦୪|୨୦୨୬ ,ଆଜି ସ୍ଥାନୀୟ ଗୋସାଇଁ ନୂଆଗାଁ ୱାର୍ଡ଼ ୨୬ ସ୍ଥିତ ଚଣ୍ଡି ମନ୍ଦିର ଠାରେ ଦୁଇ ଶହେ ରୁ ଉର୍ଦ୍ଧ ଯୁବକ,ଯୁବତୀ, ମହିଳା, ପୁରୁଷ ଭାରତୀୟ ଜନତା ପାର୍ଟି ରେ ସାମିଲ ହେଲେ। ଏହି ୱାର୍ଡ଼ ର ବିଶିଷ୍ଟ ସମାଜସେବୀ ରବିନ୍ଦ୍ର ନାଥ ସାହୁ ଓ ତାଙ୍କ ପୁତ୍ର ଶକ୍ତି ରଞ୍ଜନ ସାହୁ ଏବଂ ପୂର୍ବତନ କାଉନସିଲର ଜୟନ୍ତ କୁମାର ପାତ୍ର ମଧ୍ୟ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର, ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ,ଜିଲ୍ଲା ର ସାଧାରଣ ସମ୍ପାଦକ ଶ୍ରୀ ଗୌରୀ ଶଙ୍କର ସାମନ୍ତରାୟ , ବିଧାୟକ ପ୍ରତିନିଧି ପ୍ରଦୀପ ନାୟକ, ଗୋସାଣୀ ନୂଆଗାଁ ମଣ୍ଡଳ ସଭାପତି ବର୍ଷା ବିଦୁସ୍ମିତା, ଷ୍ଟେଟ କାଉନସିଲ ମେମ୍ବର ମନିତା ଦାଶ, ଜିଲ୍ଲା ର ସାଧାରଣ ସମ୍ପାଦିକା ସ୍ମିତାଲି ସ୍ମୃତି ସ୍ନିଗ୍ଧା,ଗୋସାଣୀ ନୂଆଗାଁ ମଣ୍ଡଳ ସେକ୍ରେଟାରୀ ଶ୍ରୀକାନ୍ତ ସାହୁ,ଶୁଭମ୍ ସାହୁ ଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟି ରେ ସାମିଲ ହେଲେ।





