ପାରଳାଖେମୁଣ୍ଡି ମହାରାଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜନ୍ମ ଜୟନ୍ତୀ ସମାରୋହ

Pradeep Kar

26.4.2026 ରବିବାର ଦିନ ଗଜପତି ଜିଲ୍ଲା ନାଗରିକ ସଂଘ, ବ୍ରହ୍ମପୁର, ପାରଳାଖେମୁଣ୍ଡି ର ମହାରାଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ 135 ତମ ଜନ୍ମ ଜୟନ୍ତୀ ସଂଘ ର ସଭାପତି ଶ୍ରୀୟୁକ୍ତ ଡାଃ ରାମ କୃଷ୍ଣ ଦାସ ଙ୍କ ସଭାପତିତ୍ବରେ ଓ ସହ ସମ୍ପାଦକ ଶ୍ରୀ ରାମ ପ୍ରସାଦ ସାମଲ ଙ୍କ ପରିଚାଳନା ରେ ମହା ସମାରୋହରେ ପାଳନ ହୋଇଯାଇଛି। ସକାଳ 7.30 ରେ ମହାରାଜା ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପରେ 7.45 ରେ ସଂଘ ର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ମହାରାଜ ଙ୍କ ସ୍ମୃତି ଚାରଣ କରିଥିଲେ। ଏହି ସଭାରେ ଅବସର ପ୍ରାପ୍ତ sp ଶ୍ରୀ ପତିତପାବନ ଚୌଧୁରୀ ଓ ଶ୍ରୀ ଶାନ୍ତନୁ ପାଢି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଫେସର ଅମିୟ କୁମାର ପରିଛା ତଥା ବିଶିଷ୍ଟ ବ୍ୟକ୍ତି ଶ୍ରୀ ଉଜ୍ୱଲେଶ୍ୱର ଦାସ, ଶ୍ରୀ ମହେଶ ଚରଣ ଦାସ, ଶ୍ରୀ ରାଧା କୃଷ୍ଣ ପରିଛା, ଶ୍ରୀ ଶକ୍ତିଧର ରାଜଗୁରୁ, ଶ୍ରୀ ଅଶୋକ ଚାନ୍ଦ ପରିଛା, ଶ୍ରୀ କୈଳାସ ଚନ୍ଦ୍ର ଅଧିକାରୀ, ଶ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ, ଶ୍ରୀ ସାରଳା ପ୍ରସାଦ ଦାସ, ଶ୍ରୀ ସୁରେଶ ଚନ୍ଦ୍ର ମହାରଣା, ଶ୍ରୀ ମାତି ପ୍ରମୋଦିନୀ ଚୌଧୁରୀ, ଶ୍ରୀ ରାମ ପ୍ରସାଦ ପାଢୀ,ଶ୍ରୀ T.ଆଦି ନାରାୟଣ ଦୋରା, ଶ୍ରୀ ଶାନ୍ତନୁ କୁମାର ବେହେରା, ଶ୍ରୀ ଶୈଳେନ୍ଦ୍ର ନାଥ ପାତ୍ର, ଶ୍ରୀ ସତ୍ୟଜିତ ପାଣିଗ୍ରାହୀ, ଶ୍ରୀ ବ୍ରଜେନ୍ଦ୍ର କୁମାର ଦାସ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ, ଶ୍ରୀ ବ୍ରଜବନ୍ଧୁ ପଟ୍ଟନାୟକ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସଭା ଶେଷରେ ଡାଃ ରାମ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଜୟ ଗଜପତି

Also Read

Tags