ବ୍ରହ୍ମପୁର ,୨୮/୪ ମହେନ୍ଦ୍ର କଳା ସାଂସ୍କୃତିକ ଅଂଶ ଅନ୍ଵେଷା କଳାକେନ୍ଦ୍ର ତରଫରୁ ଉତ୍କଳ ଆଶ୍ରମ ଖୋଲା ମଞ୍ଚ ରେ କେନ୍ଦ୍ରର ମୁଖ୍ୟ ପରିଚାଳିକା ତଥା ନିର୍ଦ୍ଦେଶିକା ଉଷାରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉତ୍କଳର ସ୍ୱାଭିମାନ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ଉପଲକ୍ଷେ ଉଠରେ ଉଠରେ ଉତ୍କଳ ସନ୍ତାନ ନାମରେ ଏକ ସାଂସ୍କୃତିକ ସଂଧ୍ୟା ଆୟୋଜିତ ହୋଇଯାଇଛି ।ଏହି ଅବସରରେ ବହୁ ପ୍ରତିଭାଧାରୀ ଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ଅତିଥି ରୂପେ ଶିକ୍ଷାବିତ ଡ ବନମାଳୀ ପାଣିଗ୍ରାହି , ଡ ରାଜେନ୍ଦ୍ର କୁମାର ବିଶୋୟୀ, ହରିକୃଷ୍ଣ ପଣ୍ଡା, ଦୀନବନ୍ଧୁ ଶ୍ରୀ ପଲ୍ଲଭ, ବରିଷ୍ଠ ସାମ୍ୱାଦିକ ସୁଦୀପ କୁମାର୍ ସାହୁ ଓ ଓଡ଼ିଶା କିନ୍ନର ସଙ୍ଘ ସଭାନେତ୍ରୀ ସ୍ବିଟି ସାହୁ ପ୍ରମୁଖ ଯୋଗ ଦେଇ ମଧୁ ବାବୁଙ୍କ ନୀତି ଓ ଆଦର୍ଶ ସମ୍ପର୍କ ରେ ନିଜ ନିଜର ମତ ଦେବା ସହ ମଧୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ । ରାଜ୍ଯ ତଥା ଆଇନ୍ ର ବିକାଶ କ୍ଷେତ୍ରରେ ମଧୁ ବାବୁଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ।ଏହି କାଯ୍ୟକ୍ରମ ରେ ଆଇନ୍ ଦିଵସ ଲାଗି ବରିଷ୍ଠ ଆଇନଜୀବି ଅଜିତ କୁମାର୍ ସାହୁ ଓ ସମାଜସେବା ସହ ସାମ୍ବାଦିକତା,କଣ୍ଠଶିଳ୍ପୀ ଏଵଂ କଳା କ୍ଷେତ୍ରରେ ଅବଦାନ ଲାଗି ସୁଦୀପ କୁମାର୍ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ମହିଳା ସେବା କ୍ଷେତ୍ରରେ ଅବଦାନ ଲାଗି ସମାଜସେବୀକା ଶ୍ରୀମତୀ ନଳିନୀ ସାହୁ ଓ ସମାଜସେବୀକା ମନୀଷା ସାମନ୍ତରାୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କେନ୍ଦ୍ର ର ଉପସଭାନେତ୍ରୀ ସଂଯୁକ୍ତା ଦେବୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଝିପି ଝିପି ବର୍ଷା ସତ୍ତ୍ୱେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ନୃତ୍ୟ ଏବଂ ସଂଗୀତ ପରିବେଷଣ କରାଯାଇଥିଲା। ଏଥିରେ କଳାକେନ୍ଦ୍ର ର ବହୁ କର୍ମକର୍ତା ସହଯୋଗ କରିଥିଲେ ।
ଅନ୍ଵେଷା କଳା କେନ୍ଦ୍ର ତରଫରୁ ମଧୁବାବୁଙ୍କ ଜୟନ୍ତୀ ସମାରୋହ





