ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନ ବିଭାଗ ଦ୍ୱାରା ସ୍ୱତନ୍ତ୍ର ପାଠଚକ୍ର ।

Pradeep Kar

ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ବିଭାଗ ଦ୍ୱାରା ଏକ ସ୍ୱତନ୍ତ୍ର ପାଠଚକ୍ର ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ଅସୀମା ସାହୁ ଙ୍କ ପ୍ରେରଣା ଓ ପୃଷ୍ଠପୋଷକତା ରେ ଆୟୋଜିତ ଏହି ପାଠଚକ୍ର ର ମୁଖ୍ୟ ବିଷୟ ବସ୍ତୁ ଥିଲା “ଏଆଇ ସକ୍ଷମ ସ୍ମାର୍ଟ ଗ୍ରୀଡ୍ ପଦକ୍ଷେପ ବ୍ୟବହାର କରି ନବୀକରଣୀୟ ଶକ୍ତି ସମନ୍ୱୟକୁ ସଶକ୍ତ କରିବା” । ଏହି ପାଠଚକ୍ର ରେ ଏମ୍. ଏନ୍.ଆଇ.ଟି ଜୟପୁର ତଥା ଆଇ.ଆଇ.ଟି କୋଟା ର ନିର୍ଦ୍ଦେଶକ ଆଇ.ଆଇ.ଟି ରୁର୍କି ର ପ୍ରାକ୍ତନ ଡିନ୍ ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ସୁନାମଧନ୍ୟ ଇଲେକ୍ଟ୍ରିକାଲ ଇଞ୍ଜନିୟର ପ୍ରଫେସର ନାରାୟଣ ପ୍ରସାଦ ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନବୀକରଣ ଯୋଗ୍ୟ ସମ୍ବଳକୁ କିଭଳି ଭାବେ ସୁଚାରୁ ରୂପେ ବ୍ୟବହାର କରାଯାଇ ପାରିବ , ବର୍ତ୍ତମାନ ସମାଜରେ ଶକ୍ତି ର ଆବଶ୍ୟକତା ଓ ଉପାଦେୟତା , ସୌର ଶକ୍ତି ର ବ୍ୟବହାର , ଇତ୍ୟାଦି କ୍ଷେତ୍ର ରେ କିଭଳି ଭାବେ ଉନ୍ନତି କରାଯାଇପାରିବ , ତଥା ଉତ୍ପାଦିତ ଶକ୍ତି କୁ କିଭଳି ଭାବେ ସଂରକ୍ଷିତ କରାଯାଇ ପାରିବ , ଏହି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ପାଠଚକ୍ର ରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ , ପ୍ରଫେସର ପାଢ଼ୀ ଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ଉପୋରକ୍ତ ବିକାଶ ଦିଗରେ ନିଜ ନିଜ ଆଭିମୁଖ୍ୟ ପ୍ରକାଶ କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗ ର ବିଭାଗ ମୁଖ୍ୟ ଡଃ ପ୍ରଣତୀ କୁମାରୀ ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ସଂଯୋଜନା ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ପଦାର୍ଥ ବିଜ୍ଞାନର ଡଃ ସମ୍ବିତ୍ ରଞ୍ଜନ ମିଶ୍ର , ଡଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ , ଡଃ ପ୍ରବୀଣ କୁମାର ନନ୍ଦ , ଡଃ ନୀଳିମା ପ୍ରିୟଦର୍ଶିନୀ ସ୍ୱାଇଁ , ଡଃ ଜୟଶ୍ରୀ ସ୍ୱାଇଁ , କମ୍ପ୍ୟୁଟର ସାଇନ୍ସ ବିଭାଗର ଆଶୁତୋଷ ପଣ୍ଡା , ଆଶା ସାହୁ , ପ୍ରାଣୀବିଜ୍ଞାନ ବିଭାଗର ଡଃ ସୁଶୀଲ କୁମାର ରାଠୋର୍ , ବାଣିଜ୍ୟ ବିଭାଗର ଡଃ ଅନ୍ନପୂର୍ଣ୍ଣା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷ ରେ ଡଃ ସମ୍ବିତ୍ ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Also Read

Tags