ବ୍ରହ୍ମପୁର (୩୦/୦୪):- ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ପରିଚାଳନାରେ ବ୍ରହ୍ମପୁର ଜିଲ୍ଲା କୋର୍ଟ ସ୍ଥିତ ରିଜୋନାଲ ଜୁଡ଼ିସିଆଲ ଏକାଡେମୀ ପରିସରରେ ଗୁରୁବାର ପାରାଲିଗଲ ସ୍ବେଛାସେବୀ ମାନଙ୍କ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ପାରାଲିଗଲ ସ୍ବେଛାସେବୀମାନଙ୍କ ଭୂମିକା, ଦାୟିତ୍ୱ, କର୍ତ୍ତବ୍ୟ ଉପରେ ସବିଶେଷ ଆଲୋଚନା କରିଥିଲେ ପ୍ରାଧିକରଣ ସଚିବ l ପୀଡିତା କ୍ଷତିପୂରଣ, ପରିବାରିକ ବିବାଦ, ଜୁଭେନାଲ ଜଷ୍ଟିସ ବୋର୍ଡ ଆଧାରିତ ବିଷୟ, ବିଭିନ୍ନ ଆଇନଗତ କାର୍ଯ୍ୟବଳୀ ଆଦି ବିଷୟ ଉପରେ ପାରାଲିଗଲ ସ୍ବେଛାସେବୀମାନଙ୍କୁ ନିଜେ ସଚିବ ତାଲିମ ପ୍ରଦାନ କରିଛନ୍ତି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ଦ୍ୱାରା ଶିବିରଟି ସଫଳ ହୋଇଥିବା ବେଳେ ଏଥିରେ ବହୁ ପାରାଲିଗଲ ସ୍ବେଛାସେବୀ ଯୋଗଦାନ କରିଥିଲେ l
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତାଲିମ ଶିବିର





