ବ୍ରହ୍ମପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ମଣ୍ଡଳସ୍ତରୀୟ ‘ଜନ ଆକ୍ରୋଶ ମହିଳା ପଦଯାତ୍ରା’

Pradeep Kar

ନାରୀ ଶକ୍ତିଙ୍କ ଅଧିକାର ଛଡ଼ାଇନେଇ ଉତ୍ସବ ମନାଉଥିବା ମହିଳା ବିରୋଧୀ ଦଳଗୁଡ଼ିକ ବିରୋଧରେ ସମଗ୍ର ଦେଶରେ ମହିଳାମାନେ ସ୍ୱର ଉଠାଉଛନ୍ତି । ଏହି କ୍ରମରେ ବ୍ରହ୍ମପୁର ବ୍ରହ୍ମପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ମଣ୍ଡଳସ୍ତରୀୟ ‘ଜନ ଆକ୍ରୋଶ ମହିଳା ପଦଯାତ୍ରା’ ଆୟୋଜିତ ହୋଇଯାଇଛି, ଗାନ୍ଧୀ ନଗର ମଣ୍ଡଳ ତରଫରୁ ଆଜି ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରୁ ୮୦୦ ରୁ ଉର୍ଦ୍ଧ ମହିଳା ନିଜର ଗଣତାନ୍ତ୍ରିକ ଅଧିକାର କୁ ପାଇବା ପାଇଁ ପଦଯାତ୍ରା ପଦଯାତ୍ରା କରି ପି ଭି ଏନ୍ ରାଓ ଛକ,ଷ୍ଟେଟ ବ୍ୟାଙ୍କ ରୋଡ ଦେଇ ଗଞ୍ଜାମ କଳା ପରିଷଦ ନିକଟ ଜଗନ୍ନାଥ ମନ୍ଦିର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ,ଏଥିରେ ବରିଷ୍ଠ ନାରୀ ନେତ୍ରୀ ସବିତା ସୁଆର, ମଣ୍ଡଳ ସଭାପତି ରାମକୃଷ୍ଣ ପଟ୍ଟନାୟକ, ରଞ୍ଜିତ ପଟ୍ଟନାୟକ, ଟୁଙ୍କ ପାତ୍ର, ସଚିନ ପଣ୍ଡା, ସୁମନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ

Also Read

Tags