01.05.2026/ ଗୋପାଳପୁର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି l ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟରେ କର୍ମରତ ୯୩ ଜଣ ଦିନ ମଜୁରିଆ, ସଫେଇ ଏବଂ ଆଉଟ ସୋରସିଙ୍ଗ କର୍ମଚାରୀଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଦିତ କରିଥିଲେ l ପ୍ରଫେସର ଦାଶ ଶ୍ରମିକ ଏବଂ କର୍ମଚାରୀମାନଙ୍କର ଏକ ସୁନ୍ଦର ଏବଂ ସୁଦୃଢ ଦେଶ ଗଠନରେ ଭୂମିକା ଉପରେ ଆଲୋଚନା କରିଥିଲେ l ଦେଶକୁ ଆଗେଇବାକୁ ହେଲେ ତୃଣମୂଳସ୍ତରରୁ ଆମକୁ ସଜେଇବାକୁ ପଡିବ ଏବଂ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଭାରପ୍ରାପ୍ତ କୁଳସଚିବ ଏବଂ ବିତ୍ତନିୟନ୍ତ୍ରକ ଅଶୋକ କୁମାର ଢIଙ୍ଗଡ଼ାମାଝୀ ଏବଂ ଯୁଗ୍ମ କୁଳସଚିବ ଡ ବାବୁଜି ସାମଲ ପ୍ରମୁଖ ମଞ୍ଚାସିନ ଥିଲେ l କାର୍ଯ୍ୟକ୍ରମକୁ ସହ କୁଳ ସଚିବ ଡ ସରୋଜ କୁମାର ଦାଶ ପରିଚାଳନା କରୁଥିବା ବେଳେ କ୍ୟାମ୍ପାସ ସୁପରଭିଜର ମନୋଜ ଶତପଥୀ ଏବଂ ଅଫିସ ସୁପରୀଟେଡେଣ୍ଟ ଅଜିତ କୁମାର ବେହେରା ସହଯୋଗ କରିଥିଲେ l
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ





