ଅଭିଯୁକ୍ତକୁ ଧରିଲେ ବ୍ରହ୍ମପୁର ଜିଆରପି ଟିମ୍ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ

Pradeep Kar

ବ୍ରହ୍ମପୁର, ବ୍ରହ୍ମପୁର ଜିଆରପି ଥାନା ମାମଲା ନଂ- ୭୧, ତାରିଖ ୦୧.୦୭.୨୦୨୬, ଧାରା ୩୦୫(ସି)/୧୧୨ ଭାରତୀୟ ନ୍ୟାୟ ସଂହିତା (BNS) ଅନୁଯାୟୀ ରୁଜୁ ହୋଇଥିବା ଏକ ଚୋରି ମାମଲାର ସଫଳ ପର୍ଦ୍ଦାଫାଶ କରିଛି। ଏହି ମାମଲା ଶ୍ରୀ କେଦାରନାଥ ସବରଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା। ସେ ଭୁବନେଶ୍ଵର ରୁ ରାୟଗଡ଼ ଟ୍ରେନରେ ଯାତ୍ରା ସମୟରେ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଥିବା ଭ୍ୟାନିଟି ବ୍ୟାଗ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ।ଦନ୍ତ ସମୟରେ ଚଦନ୍ତକାରୀ ଅଧିକାରୀ ଶ୍ରୀ ବି. ଏଚ୍. ମଲ୍ଲିକଙ୍କ ନେତୃତ୍ବରେ ବ୍ରହ୍ମପୁର ଜିଆରପି ଟିମ୍ ଏବଂ ଇନ୍ସପେକ୍ଟର ସିଆଇବି/ଆରପିଏଫ୍, ଖୋର୍ଦ୍ଧା ଓ ଆରପିଏଫ ଇନ୍ସପେକ୍ଟର ବିବେକ କୁମାର ବରହମପୁର ର ସହ‌ଯୋଗରେ ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା। ଏବନଗ ତୁରନ୍ତ ଉଭୟ ଟୀମ ଖୋରଦା ରୋଜ ଯାଇ ସେଠାରେ ତଦନ୍ତ ଚଳାଇ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସ୍ଥିତ ଲୋକୋ କଲୋନୀରେ ଚଢ଼ାଉ କରାଯାଇ ମୁଖ୍ୟ ଅଭିଯୁକ୍ତ ସୁରଜ କୁମାର ପ୍ରସାଦଙ୍କୁ ଗିରଫ କରାଯାଇଥିଲା। ସୂଚନା ଆଧାରରେ ଅନ୍ୟ ଅଭିଯୁକ୍ତ ସଞ୍ଜୟ କୁମାର ନାୟକଙ୍କୁ ମଧ୍ୟ ଗିରଫ କରାଯାଇଥିଲା।ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୬୩.୬୨ ଗ୍ରାମ ଚୋରି ହୋଇଥିବା ସୁନା ଅଳଙ୍କାର ଉଦ୍ଧାର କରାଯାଇ ଜବତ କରାଯାଉଛି, ଯାହାର ମୂଲ୍ୟ ବର୍ତମାନ ୭,୨୮,୨୧୬ ଟଙ୍କା। ଚଦନ୍ତରୁ ଜଣାପଡ଼ିଛି ଯେ ସୁରଜ କୁମାର ପ୍ରସାଦ ଏହି ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ, ଯେତେବେଳେ ସଞ୍ଜୟ କୁମାର ନାୟକ ଚୋରି ସମ୍ପତି ଗ୍ରହଣ କରି ତାହାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ। ଅବଶିଷ୍ଟ ଚୋରି ସାମଗ୍ରୀ ଉଦ୍ଧାର ଏବଂ ଏହି ଅପରାଧରେ ଅନ୍ୟ କାହାର ସମ୍ପୃକ୍ତତା ରହିଛି କି ନାହିଁ, ସେ ସମ୍ପର୍କରେ ତ‌ଦନ୍ତ ଜାରି ରହିଛି।

Also Read

Tags