ଗଜପତିରେ ବେଆଇନ ମଦ କାରବାର ଉପରେ ପୋଲିସର ଚଢ଼ାଉ; ୩୦୦ ଲିଟର ପୋଚ ନଷ୍ଟ

Pradeep Kar

ଗଜପତି, ୦୮.୦୭.୨୦୨୬ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ତତ୍ତ୍ୱାବଧାନରେ ବେଆଇନ ମଦ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ଆଉ ଏକ ସଫଳତା ମିଳିଛି। ସୂଚନା ଆଧାରରେ ଆଜି ସମ୍ପୃକ୍ତ ଥାନା ଅଧୀନ ପଟ୍ଟାମା ଗ୍ରାମରେ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ମୁନା ବିଷୋୟୀଙ୍କ ଘରେ ଯାଞ୍ଚ କରାଯାଇ ପ୍ରାୟ ୫୦ ଲିଟର ବେଆଇନ ଦେଶୀ ମଦ, ୨୦ ଲିଟର ବିଦେଶୀ ମଦ ଏବଂ ୪ ବସ୍ତା ମହୁଲି ଜବତ କରାଯାଇଛି।ସେହିପରି ବେଆଇନ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ପ୍ରାୟ ୩୦୦ ଲିଟର ପୋଚ ଚିହ୍ନଟ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି।ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଆବଶ୍ୟକ ମାମଲା ରୁଜୁ କରାଯାଇଥିବା ବେଳେ ବେଆଇନ ମଦ କାରବାର ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Also Read

Tags