ଉମାକାନ୍ତ ମହାପାତ୍ରଙ୍କ ପୁସ୍ତକ ‘ଗାଲିବ୍‌’ର ପାଠ ଲୋକାର୍ପଣ

Pradeep Kar

ଭୁବନେଶ୍ୱର (୮/୦୭): ଆଜି ଭାରତୀୟ ବିଦ୍ୟାଭବନଠାରେ ୟୁଏ କଥାଚିତ୍ର ପ୍ରାଇଭେଟ୍ ଲିମିଟ୍ ଆୟୋଜିତ ବ୍ଲାକ୍ ଇଗଲ ବୁକ୍ସ ପ୍ରକାଶିତ ଉମାକାନ୍ତ ମହାପାତ୍ରଙ୍କ ଅନୁବାଦ ପୁସ୍ତକ ‘ଗାଲିବ୍‌’ର ପାଠ ଲୋକାର୍ପଣ ହୋଇଯାଇଛି । ଏହି ସଭାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରାକ୍ତନ ଅଧିକାରୀ ମିହିର ସାହୁ ସଭାପତିତ୍ୱ କରି କହିଥିଲେ, ଉମାକାନ୍ତ ମହାପାତ୍ର ବିଳମ୍ବରେ ସାହିତ୍ୟ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ତାଙ୍କର ଦାର୍ଶନିକ ଚିନ୍ତାଧାରା ଓ ବିଭିନ୍ନ ଭାଷାରୁ ସେ ଅନୁବାଦ କରି ନିଜର ଦକ୍ଷତାର ପରିଚୟ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶଙ୍କରନାରାୟଣ ମଲ୍ଲିକ ଗାଲିବ୍‌ଙ୍କ ଗଜଲ ବିଷୟରେ ନିଜର ମତ ରଖିଥିଲେ ଏବଂ କହିଥିଲେ ଯେ, ଗାଲିବ୍‌ଙ୍କ ପାଇଁ କିପରି ଊର୍ଦ୍ଦୁ ସାହିତ୍ୟ ବହୁ ଊର୍ଦ୍ଧକୁ ଯାଇପାରିଥିଲା । ଏହି ସଭାରେ ପ୍ରଫେସର ଆଦ୍ୟାଶା ଦାସ ନିଜର ମତ ରଖିବା ସହିତ ଦୁଇଟି ଗଜଲ ଗାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସଙ୍ଗୀତ ଶିଳ୍ପୀ ଦେବାଶିଷ ମହାପାତ୍ର କିଛି ଗଜଲକୁ ନିଜେ ଗାନ କରିବା ସହିତ ତାହାର ମର୍ମ ମଧ୍ୟ ବୁଝାଇଥିଲେ । ଉମାକାନ୍ତ ମହାପାତ୍ରଙ୍କ ସାନ ଭଉଣୀ ଲେଖିକା ଇନ୍ଦିରା ଦାଶ ନିଜ ଭାଇଙ୍କର ପାଠପଢ଼ାଠାରୁ ଆରମ୍ଭ କରି ଚାକିରି ଜୀବନ ଓ ଊର୍ଦ୍ଦୁ ଶିକ୍ଷା ବିଷୟରେ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ବ୍ଲାକ୍ ଇଗଲ ବୁକ୍ସର ଭାରତ ପ୍ରତିନିଧି ଅଶୋକ ପରିଡ଼ା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅଶୋକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Also Read

Tags