କୋଦଳା, : ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନୂତନ ଶ୍ରେଣୀ ଗୃହ ଉନ୍ମୋଚନ ନିମନ୍ତେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ, ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ କୁମାର ସାମନ୍ତ, କୋଦଳା ବିଜ୍ଞlପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ନାୟକ, ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସ୍ଥାନୀୟ ଜନସାଧାରଣ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ମାନ୍ୟବର ସାଂସଦ ଏବଂ ବିଧାୟକ ଙ୍କ ଉପସ୍ଥିତ ର ନୂତନ ଶ୍ରେଣୀ ଗୃହ ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା l ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନୁଷ୍ଠାନ ର ସମସ୍ତ ଅଭାବ ଓ ଅସୁବିଧା ଉଭୟ ସାଂସଦ ଓ ବିଧାୟକ ଙ୍କୁ ଅବଗତ କରାଇଥିଲେ l ସମସ୍ତ ସମସ୍ୟାର ଆଶୁ ସମାଧାନ ନିମନ୍ତେ ସେମାନେ ପ୍ରତିଶ୍ରୁତି ଦେଇଥିଲେ l ଉକ୍ତ ସଭାରେ ମହାବିଦ୍ୟାଳୟ ର ବିଭିନ୍ନ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଆଜିର ସଭାକାର୍ଯ୍ୟ କୁ ଅଧ୍ୟାପିକା ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଓ ଅଧ୍ୟାପକ ଶ୍ରୀ ସପନ କୁମାର ଦାଶ ପରିଚାଳନା କରିଥିଲେ l
କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ନୂତନ ଶ୍ରେଣୀ ଗୃହ ଉନ୍ମୋଚନ





