ରୋଟାରୀ କ୍ଲବ ଭୁବନେଶ୍ଵର କନ୍ ଫ୍ଲୁ ଏନ୍ସ ର ୧୯ ତମ ଅଧିଷ୍ଠାନ ଉତ୍ସବ

Pradeep Kar

ଭୁବନେଶ୍ଵର, ରୋଟାରୀ କ୍ଲବ ଭୁବନେଶ୍ଵର କନ୍ ଫ୍ଲୁ ଏନ୍ସ ର ୧୯ ତମ ଅଧିଷ୍ଠାନ ଉତ୍ସବ ସନ୍ଧ୍ୟାରେ ହୋଟେଲ ପ୍ରାଚୀ ଠାରେ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ର ବିଦୟୀ ସଭାପତି ରୁଦ୍ର ପ୍ରସନ୍ନ ହୋତା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବିଚାରପତି ଶ୍ରୀଯୁକ୍ତ ବିରଜା ପ୍ରସନ୍ନ ଶତପଥି ଯୋଗ ଦେଇଥିଲେ ରୋଟାରୀଆନ୍ ମାନଙ୍କର ସମାଜ ପାଇଁ ନିଃସ୍ୱାର୍ଥ ପର କାର୍ଯ୍ୟ ର ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ନିହାରେନ୍ଦୁ ବି ମହାପାତ୍ର, ପୂର୍ବତନ ପ୍ରାନ୍ତ ପାଳ ଉପସ୍ଥିତି ରେ କ୍ଲବ୍ (୨୦୨୬-୨୭) ପାଇଁ ନୂତନ ସଭାପତି ରୋଟାରୀ ଆନ୍ ଅଶୋକ କୁମାର ମହାପାତ୍ର ଓ ସଂପାଦକ ରୋଟାରୀ ଆନ ଅଭିଳାଷ ପତି ଓ ନୂତନ ବୋର୍ଡ ସଭ୍ୟ ମାନ ଙ୍କୁ ଅଧିଷ୍ଠିତ କରାଯାଇ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରୋଟାରୀ ଆନ୍ କୈଳାସ କନୁଗୋ, ଭକ୍ତ ରଂଜନ ମହାନ୍ତି,କ୍ଷୀରୋଦ କୁମାର ମିଶ୍ର, ଡ଼ା ନଳିନୀ କାନ୍ତ ମହାପତ୍ର, ଡ଼. କଳୀ କିଙ୍କର ସେନାପତି,ପ୍ରଣତି ଜେନା, ଡ଼. ଲଳିତ ବେହେରା, ହର ଗୋପାଲ ପାତ୍ର, ନିଳାଚଳ ପ୍ରଧାନ, ବିଦ୍ୟୁତ ସେଠୀ , ରବିନ୍ଦ୍ର ନାଥ ସାହୁ ଓ ଇନର ହୂଇଲି ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ସତ୍ୟାନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Also Read

Tags