କଟକ:୧୧I୦୭:-ଆଜି ବିଷମକଟକ ସଦର ଠାରେ ‘ଆଫ୍ସା’ ଯୁବକ ସଙ୍ଘ ତରଫରୁ ଚାରା ରୋପଣ ଅଭିଯାନ ଆୟୋଜିତ ହୋଇଯାଇଛି I ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ସହ ମାତୃ ସମ୍ମାନର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ‘ଏକ ପେଡ଼ ମାଁ’ କେ ନାମ’ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ନାଗରିକଙ୍କୁ ନିଜ ମାଁ ଙ୍କ ସମ୍ମାନାର୍ଥେ ଅତି କମରେ ଗୋଟିଏ ଗଛ ରୋପଣ କରି ଏହାର ଯତ୍ନ ନେବାକୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ I ଏହି ପରିପ୍ରେକ୍ଷୀରେ ଆଜି ବିଷମକଟକ ର ଲାଇଫଲାଇନ କୁହାଯାଉଥିବା ନେଳିଆ ବନ୍ଧ ଠାରେ ଆଫ୍ସା ଯୁବକ ସଙ୍ଘ ପକ୍ଷରୁ “ମାଁ ଙ୍କ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ସମ୍ମାନୀୟ ଅତିଥିଭାବେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟକ, ବିଷମକଟକ ଥାନା ଭାର ପ୍ରାପ୍ତ ଅଧିକାରୀ ସମର୍ପିତା ସ୍ୱାଇଁ, ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ର ଅଧକ୍ଷ ଜଗନ୍ନାଥ ମେହେର, ବିଷମକଟକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦୀପ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟି ର ଶୁଭାରମ୍ଭ କରିଥିଲେ I ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପରିବେଶ ସୁରକ୍ଷା, ସଂରକ୍ଷଣ, ପରିବେଶ ସନ୍ତୁଳନ ରକ୍ଷା, ସବୁଜିମା ବୃଦ୍ଧି ର ଉଦ୍ଦେଶ୍ୟ ଆଦି କୁ ନେଇ ସଚେତନ କରିବା ଲକ୍ଷ ରେ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ର ଅଧକ୍ଷ, ଏବଂ ବିଷମକଟକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିଜ ନିଜ ଶତାଧିକ ଛାତ୍ର ଛାତ୍ରୀ ମାନଙ୍କ ସହ ଏହି ଅଭିଯାନ ରେ ସାମିଲ ହୋଇଥିଲେ I ଶିକ୍ଷକ ମାନଙ୍କ ଏଭଳି ମହତ ଆଭିମୁଖ୍ୟ ପାଇଁ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେମାନଙ୍କୁ ସାଧୁବାଦ ଜଣାଇଥିବା ବେଳେ ପରିବେଶ ସୁରକ୍ଷା ଜଳବାୟୁ ପରିବର୍ତନ ମୁକାବିଲା ପାଇଁ ସମସ୍ତ ଙ୍କ ସକ୍ରିୟ ସହଭାଗିତା ଆବଶ୍ୟକ ବୋଲି ବିଷମକଟକ ଥାନା ଭାର ପ୍ରାପ୍ତ ଅଧିକାରୀ ସମର୍ପିତା ସ୍ୱାଇଁ ପ୍ରକାଶ କରିଥିଲେ I ଏହି ଅବସରରେ ବିଷମକଟକ ର ଲାଈଫଲାଇନ କୁହାଯାଉଥିବା ନେଳିଆ ବନ୍ଧ ର ଚତୁର୍ପାଶ୍ୱ ରେ ସୌନ୍ଦର୍ଯ୍ୟକରଣ ନିମନ୍ତେ ବହୁ ସଂଖ୍ୟକ ଚାରା ରୋପଣ କରାଯାଇଥିଲା I ଫୋରେଷ୍ଟ ରେଞ୍ଜର ପ୍ରବୀଣ କୁମାର ଦାସଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ନିମନ୍ତେ ଚାରା ସବୁ ଉପଲବ୍ଧ କରାଯାଇଥିବା ବେଳେ ବିଷମକଟକ ବନ ରକ୍ଷକ ଦୀନବନ୍ଧୁ ଶବର ଏଥି ପାଇଁ ସହଯୋଗ କରିଥିଲେ I ନିଜର ବହୁମୂଲ୍ୟ ସମୟ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିବା ହେତୁ ଆଫ୍ସା ଯୁବକ ସଙ୍ଘ ର ଆଇନ ପରାମର୍ଶଦାତା ଦିଲୀପ ପଟନାୟକ ସମସ୍ତ ଅତିଥି, ଛାତ୍ର ଛାତ୍ରୀ ତଥା ଆଫ୍ସା ଯୁବକ ସଙ୍ଘ ର ସଭାପତି ଏମ.ଦିଲୀପ କୁମାର ସମେତ ସଙ୍ଘ ର ସମସ୍ତ ସଦସ୍ୟ, ବୁଦ୍ଧିଜୀବୀ,ସମାଜସେବି, ରାୟଗଡା ରାଇଫଲ ଆସୋସିଏସନ ର ଅଧକ୍ଷ ବିଜୟ କିଶୋର ପଟନାୟକ ଏବଂ ବିଶେଷ କରି ବରିଷ୍ଠ ସମାଜସେବି ମକରଧ୍ୱଜ ଉତ୍ତରାସିଲି ଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ର ସମାପନ କରିଥିଲେ I
ଆଫ୍ସା ଯୁବକ ସଙ୍ଘ ତରଫରୁ ଏକ ପେଡ଼ ମାଁ’ କେ ନାମ’ ଅଭିଯାନର ଶୁଭାରମ୍ଭ





