ଖଲ୍ଲିକୋଟ ପ୍ରେସ କ୍ଲବ ର କର୍ମକର୍ତା ଚୟନ

Pradeep Kar

ଖଲ୍ଲିକୋଟ : ଖଲ୍ଲିକୋଟ ପ୍ରେସ କ୍ଲବ ର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି I ପ୍ରେସ କ୍ଲବ ର ପୂର୍ବତନ ସମ୍ପାଦକ ସିଲୁ ବିଶ୍ୱାଳଙ୍କ ଆବାହନ କ୍ରମେ ଖଲ୍ଲିକୋଟ ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ନିର୍ମକଝର ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଆୟୋଜିତ ବୈଠକ ରେ ସମସ୍ତ ସଦସ୍ୟଙ୍କ ସହମତି ପରେ ଅଶ୍ୱିନ କୁମାର ମହାନ୍ତି ସଭାପତି , ସିଲୁ ବିଶ୍ୱାଳ ଉପ – ସଭାପତି, ଅଶୋକ କୁମାର ତ୍ରିପାଠୀ ସମ୍ପାଦକ, ସରୋଜ କୁମାର ପଟନାୟକ କୋଷାଧ୍ୟକ୍ଷ୍ୟ ଭାବେ ନିର୍ବାଚିତ ହୋଇ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ସାମ୍ବାଦିକ ମାଧବ ବେହେରା, ବିଭୂ ପ୍ରସାଦ ପଟନାୟକ ଓ ମନ ମୋଦନ ସାହୁ ପ୍ରମୁଖ ଉପଦେଷ୍ଟା ଭାବେ ମନୋନୀତ ହୋଇ ଥିଲେ I ଉକ୍ତ ବୈଠକ ରେ ନଗେନ୍ଦ୍ର ନାଥ ସାହୁ, ଉପେନ୍ଦ୍ର କୁମାର ନନ୍ଦ, ସୁନୀଲ କୁମାର ମହାପାତ୍ର,ବିଭୁତି ଭୂଷଣ ତ୍ରିପାଠୀ, ଦିଲ୍ଲୀପ କୁମାର ସାହୁ , ସମୀର କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଥିଲେ I ସାମ୍ବାଦିକ ମାନେ ଖଲ୍ଲିକୋଟ ଅଞ୍ଚଳ ର ସାମଗ୍ରିକ ବିକାଶ ସାଙ୍ଗକୁ ବିଭିନ୍ନ ସାମାଜିକ ସେବା , ବୃକ୍ଷ ରୋପଣ ଓ ପ୍ରେସ କ୍ଲବ ତରଫରୁ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଭଳି ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା I

Also Read

Tags