ଗୋପାଳପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ଓ ଚୋରାଚାଲାଣ ଦୀର୍ଘଦିନ ଧରି ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।ଏହାର ପ୍ରତିବାଦରେ ଆମ ଆଦମୀ ପାର୍ଟି ପକ୍ଷରୁ ଗୋପାଳପୁର ବିଧାୟକ ପ୍ରାର୍ଥୀ ଓ ଦଳୀୟ କର୍ମୀମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ସାମିଲ ହୋଇ ବେଆଇନ ଖଣିଜ ଚୋରାଚାଲାଣ ବନ୍ଦ କରିବା, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ପ୍ରକୃତିର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ବେଆଇନ ଖଣିଜ ଚୋରାଚାଲାଣ ବନ୍ଦ ହେଉ।
ଗୋପାଳପୁର ବଞ୍ଚାଅ, ପ୍ରାକୃତିକ ସମ୍ପଦ ବଞ୍ଚାଅ





