ଲାଞ୍ଜିଗଡ, ୧୩/୦୭ (ପ୍ରଭାତୀ ଓଡିଶା ) କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ ଅଭିଭାବକ ଓ ଅଭିଭାବିକା ଶିକ୍ଷକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି I ଏହି ବୈଠକ ଟି ପ୍ରଧାନ ଶିକ୍ଷୟତ୍ରୀ ଅମିତI ସ୍ୱାଇଁ ତତ୍ୱଅବଧାନରେ ଅନୁଷ୍ଠିତ ହୋଇଛି,ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ତଥା ବିନୋଦ ବାତ୍ରା,ନାଗେଶ୍ୱର ସା,କାନ୍ହୁ ଚରଣ ଡାକୁଆ,ସୁନୀଲ କୁମାର ପାଠକ,ବିଷ୍ଣୁ ପ୍ରସାଦ ରାଉତ,ରୋଜାଲିନ ପାଢ଼ୀ,ବନିତା ଧଙ୍ଗଡ଼ା ମାଝୀ ମାଝୀ,ସିରିପୁରମ ମୋହନ ରାଓ I ତତ ସଙ୍ଗେ ସଙ୍ଗେ ଲାଞ୍ଜିଗଡ କିଛି ଭଦ୍ର ଲୋକ ମଧ୍ୟ ଉପସ୍ଥିତ ରହିଥିଲେ ପୂର୍ବତନ ଶିକ୍ଷକ କାମରାଜୂ ଦଳବେହେରା,ଲାଞ୍ଜିଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ଵଜ ପେସନିଆ,ସମାଜସେବୀ ଚନ୍ଦ୍ରଚୁଡ ମାହାଙ୍କୁଡ ସଙ୍ଗେସଙ୍ଗେ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ଓ ଅବିଭାବିକା ମାନେ ଉପସ୍ଥିତ ରହିଥିଲେ I ଏହି ବୈଠକର ମୂଳ ଉଦେଶ୍ୟ ହେଲା ନୂତନ କମିଟି ଗଠନ, ଛାତ୍ରଛାତ୍ରୀ ମାନଙ୍କ ର ପାଠ ପଢା ଉପରେ ଉର୍ନ୍ନତି ଶିକ୍ଷାର ପ୍ରସାର କମ୍ପୁଟର ଶିକ୍ଷା ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ କୁ ନିୟମିତ ଆସିବା ଉପରେ ଆଲୋଚନା ହୋଇଥିଲା I ତାପରେ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିଭାବକ ଓ ଅବିଭାବିକା ମଧ୍ୟରୁ ଏକ ନୂତନ ୧୭ ଜଣିଆ କମିଟି ବଛା ଯାଇଥିଲା I ଏହି କମିଟିର ଉପଦେଷ୍ଟା ରହିଥିଲେ ରାଜେନ୍ଦ୍ର ପ୍ରାତପ ସିଂ ଦେଓ,ଚନ୍ଦ୍ରଧ୍ୱଜ ପେସନିଆ,ଅଧ୍ୟକ୍ଷା ମୋୖସିମି ହରସେଲ, ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ପେସନିଆ, ସଦସ୍ୟ ମୋହନ ମୁଣ୍ଡା,ମହିଳା ସଦସ୍ୟା ଭାଗ୍ୟ ନାଏକ, ଜିନି ପ୍ରଧାନୀ,ଉର୍ମିଳା ଦଣ୍ଡସେନା, ଜାନକୀ ପାତ୍ର,ୱାର୍ଡ ମେମ୍ବର ଚନ୍ଦ୍ରସେନା ନାଏକ, ଅଙ୍ଗନୱାଡି କର୍ମୀ ନୃପତି ଭୋଇ ପୁରୁଷ ସଦସ୍ୟ ଉତ୍ତମ ନାଏକ,ପରମେଶ୍ୱର ଚଣ୍ଡୀ,ଚକ୍ରଧର ସିଂ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ବନିତା ଧଙ୍ଗଡ଼ା ମାଝୀ,ରୋଜାଲିନ ପାଢ଼ୀ,ସିନିଲ କୁମାର ପାଠକ,ସିରିପୁରମ ମୋହନ ରାଓ,କାନ୍ହୁ ଚରଣ ଡାକୁଆ,ବିଷ୍ଣୁ ପ୍ରସାଦ ରାଉତ,ନାଗେଶ୍ୱର ସା ଲାଞ୍ଜିଗଡର ଆସିଥିବା ଭଦ୍ର ବ୍ୟକ୍ତିମାନେ ଅଭିଭାବକ ଓ ଅଭିଭାବିକା ମାନଙ୍କୁ ସମସ୍ତ କଥା ନିଜ ପୁଅ ଝିଅକୁ କୋଉ ପ୍ରକାର ବଢ଼େଇ ବଡ଼ ମଣିଷ କରିବା ତାରି ଉପରେ ବୁଝାଇ କହିଥିଲେ, ତାରି ସାଥିରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଛାତ୍ରଛାତ୍ରୀ ମାନଙ୍କୁ ଭଲ ବାଟରେ ନେଇ ଗଢି ତୋଳିବା ଉପରେ ବୁଝାଇ ଥିଲେ I ଏହି ବୈଠକକୁ ପରିଚାଳନା ଟି କୁ ବିନୋଦ ବାତ୍ରା ପରିଚାଳନା କରିଥିଲେ I ସଭା ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଅମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ,ତାପରେ ବୈଠକ ଟି ଭଙ୍ଗ ହୋଇଥିଲା I ତାପରେ ସମସ୍ତ ଅଭିଭାବକ ଓ ଅବିଭାବିକା, ଶିକ୍ଷକ,ଶିକ୍ଷୟତ୍ରୀ,ସମସ୍ତ ଭଦ୍ର ବ୍ୟକ୍ତି, ଛାତ୍ରଛାତ୍ରୀ ସମସ୍ତ ଯାଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ ସର୍ବ ମୋଟ ୩୦ ଟି ବୃକ୍ଷ ରୋପଣ ବିଦ୍ୟାଳୟ ହତା ମଧ୍ୟରେ କରାଯାଇଥିଲା I
ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ,ଅଭିଭାବକ ଓ ଅଭିଭାବିକା, ଶିକ୍ଷକ ମଧ୍ୟରେ ବୈଠକ ଅନୁଷ୍ଠିତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ





