ବ୍ରହ୍ମପୁର, ତା ୧୫/୭- ସ୍ଥାନୀୟ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସଂସ୍କାରବାଦୀ ପକ୍ଷରୁ ବୁଧବାର ବିଜିପୁର ମୁଖ୍ୟରାସ୍ତା ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଇସ୍କନର ଅଦିନିଆ ରଥଯାତ୍ରା ବିରୋଧରେ ପଥପ୍ରାନ୍ତ ପ୍ରତିବାଦ ସଭା କରାଯାଇଥିଲା। ଉକ୍ତ ପ୍ରତିବାଦ ସଭାରେ ସହରର ଜଗନ୍ନାଥ ପ୍ରେମୀ, ବିଭିନ୍ନ ସଂସ୍କୃତିକ ସଂଗଠନର ସଦସ୍ୟମାନେଯୋଗଦାନ କରି ଇସ୍କନର ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କରିଥିଲେ । ଠାକୁର ସେବକ ତ୍ରିନାଥ ମହାରଣା ଙ୍କ ସମେତ ଜଗନ୍ନାଥ ମନ୍ଦିରର ପୂଜକ ଓ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ସାମିଲ ହୋଇଥିଲେ l
ଇସ୍କନର ଅଦିନିଆ ରଥଯାତ୍ରାକୁ ବ୍ରହ୍ମପୁର ସଂସ୍କାରବାଦୀର ପଥପ୍ରାନ୍ତ ପ୍ରତିବାଦ ସଭା





