ବ୍ରହ୍ମପୁର–ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ ତରଫରୁ ଶୁକ୍ରବାର ରାଜ୍ୟ ଚିତ୍ରାଳୟ ଓ ମ୍ୟୁଜିକ ମହାସଙ୍ଘକୁ ନେଇ ଏକ ସମନ୍ୱୟ ବୈଠକ ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ ସଭାପତି ରାଜଗୋପାଳ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିର୍ଦ୍ଦେଶକ ସଂଘ ସଦସ୍ୟ ରବୀନ୍ଦ୍ର ଗୌଡ଼ ପ୍ରାରମ୍ଭିକ ଅଭିଭାଷଣ ଦେଇଥିବା ବେଳେ ରାଜ୍ୟ ଉପସଭାପତି ଟୁଟୁ ପାଢ଼ୀ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।ପୂର୍ବରୁ ଚିତ୍ରାଳୟ ଓ ମ୍ୟୁଜିକ ସଂଘ ମିଳିତ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ନିର୍ଦ୍ଦେଶକ ସଂଘ ମଧ୍ୟ ଏଥିରେ ସାମିଲ ହେବା ନେଇ ସ୍ୱୀକୃତି ଦେବା ପରେ ଉଭୟ ଚିତ୍ରାଳୟ ଓ ମ୍ୟୁଜିକ ସଂଘ ଏହାକୁ ସ୍ୱାଗତ କରିଥିଲେ । ନିର୍ଦ୍ଧିଷ୍ଟ କିଛି ନୀତି ନିୟମ କରି ଆଗାମୀ ଦିନରେ ସମସ୍ତ କାର୍ଯ୍ୟକ୍ରମ କରିବାକୁ ପ୍ରତ୍ୟେକ ସଂଘରୁ ୫ଜଣ ଲେଖାଏଁ ସଦସ୍ୟକୁ ନେଇ ଏକ ୧୫ ଜଣିଆ କମିଟି ଗଠନ ହେଲା । ଆସନ୍ତା ଅଗଷ୍ଟ ୧୨ ତାରିଖ ଦିନ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ବିଭିନ୍ନ ନୀତିନିୟମ ଲାଗୁ କରାଯିବା ନେଇ ଆଲୋଚନା ହୋଇଥିଲା । ମଧ୍ୟାହ୍ନ ବିରତି ପରେ ନିର୍ଦ୍ଦେଶକ ସଂଘର ସାଙ୍ଗଠନିକ ଆଲୋଚନା ହୋଇ ଆଗାମୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ ସହ ଜିଲ୍ଲାର ସମସ୍ତ ନିର୍ଦ୍ଦେଶକ ମାନଙ୍କ ତାଲିକା ରାଜ୍ୟ ସଂଘକୁ ପଠେଇ ସମସ୍ତଙ୍କୁ ପରିଚୟ ପତ୍ର ଦେବା, ଅଗଷ୍ଟ ମାସ ସୁଦ୍ଧା ନୂତନ ସଦସ୍ୟ ଗ୍ରହଣ କରିବା,ଅନ୍ୟ ଜିଲ୍ଲା ନିର୍ଦ୍ଦେଶକଙ୍କ ପାଇଁ ନୀତି ନିୟମ ଲାଗୁ କରିବା ଭଳି ବିଭିନ୍ନ ପ୍ରକାର ଆଲୋଚନା ହୋଇଥିଲା ।ବୈଠକରେ ରାଜ୍ୟ ଚିତ୍ରାଳୟ ଓ ମ୍ୟୁଜିକ ସଂଘର ଉପଦେଷ୍ଟା ବିଜୟ କୁମାର ସାହୁ,ଚିତ୍ରାଳୟ ସଂଘର ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ,ମ୍ୟୁଜିକ ସଂଘର ରାଜ୍ୟ ସଭାପତି ସନ୍ତୋଷ ଖାଡଙ୍ଗା ,ସମ୍ପାଦକ ଅଭିଜିତ ବିଶ୍ୱାଳପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆୟୋଜିତ ବୈଠକରେ ରାଜ୍ୟ ଉପଦେଷ୍ଟା ମଦନ ମିଶ୍ର,ଜିଲ୍ଲା ଉପଦେଷ୍ଟା ରମେଶ ମହାରଣା, ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା, ଜିଲ୍ଲା ସହ-ସମ୍ପାଦକ ନବୀନ ହୋତା ପ୍ରମୁଖଙ୍କ ସହ ଜିଲ୍ଲାର ବହୁ ନିର୍ଦ୍ଦେଶକ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ । ନାଟ୍ୟ ନିର୍ଦ୍ଦେଶକ ସଂଘର ସମ୍ପାଦକ ଭାସ୍କର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।
ଚିତ୍ରାଳୟ ଓ ମ୍ୟୁଜିକ ସଂଘ ସହ ନିର୍ଦ୍ଦେଶକ ସଂଘର ସମନ୍ୱୟ ବୈଠକ





